Latest Odisha News

କାନପୁର ପୋଲିସର ସ୍ପଷ୍ଟୀକରଣ: ବାଂଲାଦେଶୀ ପ୍ରଶଂସକ ଅସୁସ୍ଥ ହୋଇ ପଡିଥିଲେ

କାନପୁର: ଭାରତ-ବାଂଲାଦେଶ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି । ଏଠାରେ ବାଂଲାଦେଶୀ ପ୍ରଶଂସକ ଟାଇଗରଙ୍କୁ ଭାରତୀୟ କ୍ରିକେଟପ୍ରେମୀ ଖରାପ ବ୍ୟବହାର ଦେଖାଇଥିବା ଖବର ପ୍ରସାରିତ ହୋଇଥିଲା । ଏପରିକି ଭାରତୀୟ ପ୍ରଶଂସକ ତାଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହା ମିଥ୍ୟା ବୋଲି ପ୍ରମାଣିତ ହୋଇଛି । କଲ୍ୟାଣପୁର ଏସପି ଅଭିଷେକ ପାଣ୍ଡେ କହିଛନ୍ତି ଯେ, ରବୀ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଏହି ଖବର ହସ୍ତଗତ ହେବା ପରେ ଆମେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରୁଥିଲେ । ସେ ସୁସ୍ଥ ଅଛନ୍ତି ।

ତାଙ୍କ ସହିତ ଭାରତୀୟ କ୍ରିକେଟପ୍ରେମୀ କୌଣସି ପ୍ରକାରର ଖରାପ ବ୍ୟବହାର କରି ନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ ଯେତେବେଳେ ଷ୍ଟାଣ୍ଡରୁ ବାହାରକୁ ଆସିଲେ ଯନ୍ତ୍ରଣାରେ ଚିତ୍କାର କରୁଥିଲେ । ସେ ଅଚେତ ହୋଇ ପଡିବା ପୂର୍ବରୁ ଆମେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲୁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ରବୀ ମଧ୍ୟ ସୁସ୍ଥ ଅନୂଭବ କରୁଥିବା କହିଛନ୍ତି ।

Leave A Reply

Your email address will not be published.