Latest Odisha News

ଆପତ୍ତିଜନକ ପୋଷ୍ଟକୁ ନେଇ ଉତ୍ତେଜନା, ଭଦ୍ରକ ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ: ସାମାଜିକ ଗଣ ମାଧ୍ୟମରେ ଆପତ୍ତି ଜନକ ପୋଷ୍ଟକୁ ବିରୋଧ କରି ତୁମୁଳକାଣ୍ଡ । ଗୋଟିଏ ଗୋଷ୍ଠୀ ଭଦ୍ରକ ସନ୍ତିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତାରୋକ କରୁଥିବା ସମୟରେ ଖବର ପାଇ ଭଦ୍ରକ ସିଟି ଡ଼ିଏସପି ତହସିଲଦାର, ଟାଉନ ଓ ପୁରୁଣା ବଜାର ପୋଲିସ ପହଞ୍ଚି ବୁଝାସୁଝା କରି ସେମାନଙ୍କୁ ହଟିଯିବାକୁ ବାରଣ କରିଥିଲେ । ଏହାକୁ ନେଇ କିଛି ଉତ୍ୟକ୍ତ ଲୋକ ତହସିଲଦାରଙ୍କ ଗାଡ଼ି ଭାଙ୍ଗିବା ସହ ଟାଉନ ପୋଲିସ ସବଇନିସ୍ପେକଟର ରୋଜନ ମୁର୍ମୁଙ୍କୁ ଆକ୍ରମଣ କରିଥିଲେ ।

ଆନ୍ଦୋଳନକାରୀମାନଙ୍କୁ ପୋଲିସ ଘଉଡେଇବାରୁ ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଢେଲାପଥର ଫୋପାଡିବାରୁ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ଶାନ୍ତ ପଡିଥିଲା ବେଳେ ଘଟଣା ସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି । ଏହା ସହ ପୋଲିସ ପକ୍ଷରୁ ଭଦ୍ରକ ସନ୍ଥିଆରେ ୧୬୩ ଧାରା ଜାରି ହୋଇଛି ।

Leave A Reply

Your email address will not be published.