Latest Odisha News

ସେହି ଦଇବ ଭରସା: ଜୀବନ ଟିକକ ପାଇଁ ଜୀବନକୁ ପାଣି ଛଡାଇ ଯିବାକୁ ପଡୁଛି…

ଅମରାବତୀ: କୁହନ୍ତିନି ପେଟ ପାଇଁ ସବୁ ନାଟ । ସେମିତି ଜୀବନ ଥିବା ଯାଏଁ ଏହି ମଣିଷ ସଂଘର୍ଷ କରିଥାଏ । କିପରି ବଞ୍ଚିବ ? ଯାହାର ଏକ ବିକଳ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିପରି ଜୀବନ ପାଇଁ ଜୀବନକୁ ବାଜିରେ ଲଗାଇ ମୃତ୍ୟୁ ଯନ୍ତାରେ ପାଦ ଥୋଇ ଯାଉଛନ୍ତି ଗାଁ ଲୋକେ । ପାଣି ସ୍ରୋତରେ ଯେଉଁଠି ପାଦ ଥୋଇବାକୁ ବି ଡର ଲାଗେ, ସେଠି କାନ୍ଦରେ ମହିଳାଙ୍କୁ ବସାଇ ସ୍ରୋତ ପାର୍ ହେଉଛନ୍ତି ବ୍ୟକ୍ତି ଜଣଙ୍କ ।

ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ଆନ୍ଧ୍ରପ୍ରଦେଶ ଆଲୁରୀ ଜିଲ୍ଲା ପିଞ୍ଜାରିକୋଣ୍ଡା ଗାଁରେ । ଗାଁରେ କାଳେ ଡାକ୍ତରଖାନା ଯିବାକୁ ଏହି ବିପଦଜନ୍ନକ ରାସ୍ତା ଦେଇ ଯିବାକୁ ପଡେ । ତେବେ ଆନ୍ଧ୍ରପ୍ରଦେଶର ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ କିପରି ଭାବେ କାନ୍ଧରେ ବସାଇ ନେଉଛନ୍ତି ପରିବାର ଲୋକେ, ତାହା ଦେଖିଲେ ଆପଣଙ୍କୁ ବି ଭୟ ଲାଗିବ । ତା ଉପରେ ପୁଣି ହାତରେ ଅଛି କଅଁଳ ଶିଶୁ ।

ତେବେ ସେଠିକା ଲୋକଙ୍‌କ ଏହା ଦେହସୁଆ ହୋଇଗଲାଣି । ସେମାନେ ଭଲ ଭାବେ ଜାଣନ୍ତି ଏମିତି ଅବସ୍ଥାରେ ନେବା ଯେତିକି ବିପଜ୍ଜନକ, ଘରେ ଅସୁସ୍ଥ ଅବସ୍ଥାରେ ରଖିବା ମଧ୍ୟ ସେତିକି ବିପଜ୍ଜନକ । ତେଣୁ ସେମାନେ ଜୀବନ ପାଇଁ ଜୀବନକୁ ଏମିତି ପାଣି ଛଡାଇ ଯାଆସ କରନ୍ତି ।

Leave A Reply

Your email address will not be published.