Latest Odisha News

ରବୀନ୍ଦ୍ର ଜାଡେଜାଙ୍କ ନାମରେ ରହିଛି ଏହି ବିଶ୍ୱରେକର୍ଡ

କାନପୁର: ଭାରତର ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନାମରେ ଏ ଭଳି ଏକ ବିଶ୍ୱରେକର୍ଡ ଅଛି ଯାହାକି ପ୍ରାୟତଃ ଜାଣି ନ ଥିବେ । ୧୮୭୭ ପରଠାରୁ ବିଶ୍ୱ କ୍ରିକେଟରେ ବିଭିନ୍ନ ଦେଶରୁ ୩୧୮୭ଜଣ ଖେଳାଳି ଖେଳିଛନ୍ତି । ତେବେ ଜାଡେଜା ଯେଉଁ ରେକର୍ଡ କରିଛନ୍ତି ତାହା ଅନ୍ୟ କୌଣସି ଖେଳାଳି କରିପାରି ନାହାନ୍ତି । ଜାଡେଜା ଟିମ ଇଣ୍ଡିଆ ପକ୍ଷରୁ ଅନେକଗୁଡିଏ ମ୍ୟାଚ ଖେଳି ସାରିଛନ୍ତି । ତେବେ ଭାରତ ବିଜୟ ହାସଲ କରିଥିବା ମୁକାବିଲାରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଜାଡେଜା ୨୦୦୩ ରନ କରିବା ସହ ୨୧୬ ୱିକେଟ ଅକ୍ତିଆର କରିଛନ୍ତି ।

ଏହି ରେକର୍ଡରେ ରବିଚନ୍ଦ୍ରନ ଅଶ୍ୱୀନ ତାଙ୍କ ନିକଟତର ହେବାରେ ଲାଗିଛନ୍ତି । ଅଶ୍ୱୀନ ୱିନିଂ ଟେଷ୍ଟରେ ୧୯୪୨ ରନ କରିବା ସହ ୩୬୯ ୱିକେଟ ନେଇଛନ୍ତି । ଏହି ରେକର୍ଡ ଭଙ୍ଗ କରିବା ପାଇଁ ତାଙ୍କୁ ଆଉ ୫୭ ରନର ଆବଶ୍ୟକତା ରହିଛି । ନିକଟରେ ଅଶ୍ୱୀନ ଟେଷ୍ଟ କ୍ରିକେଟରେ ୬ ଶତକ ହାସଲ କରି ମହେନ୍ଦ୍ର ସିଂ ଧୋନୀଙ୍କ ସମକକ୍ଷ ହୋଇଥିଲେ ।

Leave A Reply

Your email address will not be published.