Latest Odisha News

ଏୟାର ଇଣ୍ଡିଆର ଖାଦ୍ୟରେ ଅସରପା; ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଖାଦ୍ୟରେ ଅସରପା। ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଦୁଇ ବର୍ଷର ପୁଅ ସହିତ ଯାତ୍ରା କରୁଥିଲେ ଜଣେ ମହିଳା। ବିମାନ ପକ୍ଷରୁ ଦିଆଯାଇଥିବା ଓମଲେଟରେ ଅସରପା ମିଳିଥିବା ସେ ଅଭିଯୋଗ କରିଛନ୍ତି।

ଯାତ୍ରୀ ସୁୟେଶା ସାଭନ୍ତ ଓମଲେଟରେ ଅସରପା ଥିବା ଜାଣିବା ବେଳକୁ ତାଙ୍କର ଦୁଇ ବର୍ଷର ପିଲା ଅଧାରୁ ଅଧିକ ଓମଲେଟ୍ ଖାଇସାରିଥିଲା। ଯାହାପରେ ତାଙ୍କର ପୁଅ ଅସୁସ୍ଥ ହୋଇପଡିଥିଲା। ଏନେଇ ସେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ୍‌ ମିଡିଆରେ ଅନେକ ୟୁଜର୍ସ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହି ଘଟଣାରେ ସ୍ପଷ୍ଟୀକରଣ ଦେଇ ଏୟାର ଇଣ୍ଡିଆ କହିଛି ଯେ, ଆମେ ଜାଣିବାକୁ ପାଇଲୁ କି ବିମାନ ଉଡ଼ାଣ ସମୟରେ ଯାତ୍ରୀଙ୍କ ଖାଦ୍ୟରେ ଅସରପା ମିଳିଥିଲା । ଏହି ଘଟଣାରେ ଦୁଃଖିତ ଏବଂ ଅଧିକ ତଦନ୍ତ ପାଇଁ ମଧ୍ୟ ଅନୁରୋଧ କରିଛୁ। ଏଭଳି ଘଟଣାକୁ ନେଇ ଆମେ ଚିନ୍ତା ପ୍ରକଟ କରୁଛୁ।

Comments are closed.