Latest Odisha News

କେବେ ପର୍ଯ୍ୟନ୍ତ ଭରିପାରିବେ ଇ-କେଓ୍ବାଇସି?

ଭୁବନେଶ୍ବର: ରାସନକାର୍ଡରେ ଭୂତ ହିତାଧିକାରୀଙ୍କୁ ଠାବ କରିବା ପାଇଁ ରାସନ କାର୍ଡରେ ଇ-କେଓ୍ବାସି ଭରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏନେଇ ମନ୍ତ୍ରୀ କହିଛନ୍ତି, ଇ-କେଓ୍ବାଇସି ଭରିବା ପ୍ରକ୍ରିୟା ଏବେ ବନ୍ଦ ହେବ ନାହିଁ । ଶେଷ ଲୋକର ଇ-କେଓ୍ବାଇସି ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ । ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ ଇ-କେଓ୍ବାଇସି ହେବାକୁ ଥିବା ବେଳେ ଏବେ ୨ କୋଟି ଲୋକଙ୍କ ଇ-କେଓ୍ବାଇସି ସରିଛି, ଆହୁରି ଦେଢ଼ କୋଟି ଲୋକଙ୍କ ଇ-କେଓ୍ବାଇସି ହେବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଏନେଇ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ଏଥିପାଇଁ ଆଉ ମାସେ କିମ୍ବା ଦେଢ଼ମାସ ସମୟ ଲାଗିପାରେ । ତେଣୁ ତୁରନ୍ତ ସମସ୍ତେ ଇ-କେଓ୍ବାଇସି ଭରିବାକୁ ମନ୍ତ୍ରୀ କହିଛନ୍ତି ।  ଇ-କେଓ୍ବାଇସି ହୋଇସାରିଲା ପରେ କେତେ ଫଲ୍ସ କାର୍ଡ ରହିଛି ତାହା ଜଣାପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି । ଯେଉଁମାନେ ଫଲ୍ସ ବାହାରିବେ ସେମାନଙ୍କୁ ନିଶ୍ଚିତ କଟାଯିବ ଏବଂ ସେହି ସ୍ଥାନରେ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

 

Leave A Reply

Your email address will not be published.