Latest Odisha News

ଜିଲ୍ଲାପାଳଙ୍କ ଅଫିସରେ ଲାଗିଲା ନିଆଁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଲିଲା ଇନଭର୍ଟର । ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଇନଭର୍ଟର ଫାଟି ଅଗ୍ନିକାଣ୍ଡ ଘଟିଛି । ଯେଉଁ ପ୍ରକୋଷ୍ଠରେ ବସି ଜିଲ୍ଲାପାଳ ଅଭିଯୋଗ ଶୁଣନ୍ତି ସେହି ପ୍ରକୋଷ୍ଠରେ ଇନଭର୍ଟର୍ ଫାଟିବାରୁ ଅଗ୍ନିକାଣ୍ଡ ସ୍ଥିତି ଉପଜିଥିଲା । ତେବେ ଏଥିରେ କେହି ଆହତ ହୋଇନାହାନ୍ତି । ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ସ୍ଥିତି ଏବେ ସୁଧାର ଅଛି । ହେଲେ କେତେ କ୍ଷୟକ୍ଷତି ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Leave A Reply

Your email address will not be published.