Latest Odisha News

ଆଗୁଆ ଜାମିନ ଆବେଦନ କଲେ ୫ ନିଲମ୍ବିତ ପୁଲିସ କର୍ମୀ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । କୋର୍ଟରେ ଆଜି ଆଗୁଆ ଜାମିନ ଆବେଦନ କରିଛନ୍ତି ନିଲମ୍ବିତ ହୋଇଥିବା ୫ ପୁଲିସ କର୍ମୀ । ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ ୪ ଜଣ ପୋଲିସକର୍ମୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।

ଅନ୍ୟପଟେ, ଭରତପୁର ଥାନା ମାମଲାରେ ଆଜି ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଥିଲା ବିଚାର ବିମର୍ଷର ପ୍ରଥମ ବୈଠକ । ଏହି ବୈଠକରେ ପୋଲିସ ଡିଜି ଓ ଗୃହ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ ।

ଘଟଣାକୁ ନେଇ ସତ୍ୟପାଠ ଆହ୍ୱାନ କରାଯିବ ବୋଲି କମିଶନ ସଚିବ ଗଣମାଧ୍ୟମକୁ କହିଛନ୍ତି । ସତ୍ୟପାଠ ଯାଞ୍ଚ କରାଯାଇ ତଦନ୍ତ ଆଗେଇବା ସହ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ। ଏହା ସହିତ ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା ହେବ ।

Leave A Reply

Your email address will not be published.