Latest Odisha News

ୟା’ଙ୍କୁ ଶିକ୍ଷକ କିଏ କଲା? ଚୁଟି ଧରି ଟାଣି ଆଣିଲେ, ତା ପରେ……

ଅହମ୍ମଦାବାଦ୍: ଛାତ୍ରଟିକୁ ବସିଥିବା ସିଟରୁ ଚୁଟି ଧରି ଟାଣି ଆଣିଲେ ଶିକ୍ଷକ । ତା ପରେ ନିର୍ଦ୍ଧୂମ ଛେଚିଲେ । ପିଲାଟି- ସାର୍ ଛାଡି ଦିଅନ୍ତୁ….ସାର୍ ଛାଡି ଦିଅନ୍ତୁ….ବୋଲି ଚିତ୍କାର କରୁଥିଲା, ହେଲେ ତଥାପି ମାଡ ଉପରେ ମାଡ କୁହୁରେଇ ଚାଲିଥିଲା ନିଷ୍ଠୁର ଶିକ୍ଷକ ।

ଏମିତି କିଛି ଶିକ୍ଷକଙ୍କ ଜୁଲୁମ୍ ଦେଖିବାକୁ ମିଳିଛି ଗୁଜୁରାଟର ଅହମ୍ମଦାବାଦରେ ଥିବା ଏକ ସ୍କୁଲରେ । ଯେଉଁ ସମୟର ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ଭିଡିଓଟିକୁ ଯିଏ ଦେଖୁଛି, ଗୋଟିଏ ପ୍ରଶ୍ନ ପଚାରୁଛି, ‘ୟା’କୁ ଶିକ୍ଷକ କଲା କିଏ?’

ତେବେ ସିସିଟିଭି ଭିଡିଓରେ ନଜର ଆସୁଥିବା ଦୃଶ୍ୟଟି ଗତ ସେପ୍ଟେମ୍ବର ୨୪ ତାରିଖ ସକାଳ ପାଖାପାଖି ୮ଟା ସମୟରେ ଘଟିଛି । ଯେଉଁଥିରେ କି ଜଣେ ଶିକ୍ଷକ ମଝି ଧାଡିରେ ବସିଥିବା ଜଣେ ଛାତ୍ରଙ୍କ ପାଖକୁ ଯାଇ ସିଧା ତାଙ୍କ ଚୁଟି ଧରି ଟାଣି ଟାଣି ଆଗ ଧାଡିକୁ ଆଣିବା ପରେ ସିଧା ତା ମୁଣ୍ଡଟିକୁ ବ୍ଲାକବୋର୍ଡରେ ପିଟିଦେଉଛନ୍ତି । ପିଲାଟି ସାର୍ ଛାଡି ଦିଅନ୍ତୁ, କହିବା ପରେ ଢୋ ଢୋ କରି ଶିକ୍ଷକ କିନ୍ତୁ ଏପଟ ସେପଟ କରି ପିଲାଟିକୁ ଚାପୁଡା ଉପରେ ଚାପୁଡା କୁହୁରେଇ ଦେଉଛନ୍ତି । ଅନ୍ୟ ଛାତ୍ରମାନେ ବସି ଏ ନଜରା ଦେଖୁଛନ୍ତି ଆଉ ହସୁଛନ୍ତି ମଧ୍ୟ । ପରେ ଏହି ଭିଡିଓଟି ଭାଇରାଲ ହେବା ପରେ ଅହମ୍ମଦାବାଦ୍ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲକୁ ଶିକ୍ଷକଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ଘଟଣା କେଉଁ ସ୍କୁଲରେ ଘଟିଛି ସେନେଇ ସ୍ପଷ୍ଟତା ନଥିବା ବେଳେ ଏନେଇ ଦୁଇଟି ବେସରକାରୀ ସ୍କୁଲକୁ ନୋଟିସ୍ ଜାରି କରିଛନ୍ତି ଡିଇଓ । ଅହମ୍ମଦାବାଦର ମାଧବ ପବ୍ଲିକ୍ ସ୍କୁଲ୍ ଏବଂ ଡିଭାଇନ୍ ଗୁରୁକୁଲମ୍ ସ୍କୁଲକୁ ଡିଇଓଙ୍କ ପକ୍ଷରୁ ନୋଟିସ୍ ଯାଇଛି । ନୋଟିସରେ ଘଟଣାଟି କେଉଁଠି ଘଟିଛି, ଆଉ ଶିକ୍ଷକ ଜଣଙ୍କ କିଏ? ତାହା ଜଣାପଡିବା ପରେ ସଙ୍ଗେ ସଙ୍ଗେ ଶିକ୍ଷକଙ୍କୁ ବିଦା କରିବା ସହିତ ତାଙ୍କୁକ ଉପରେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଇଓ ।

ତେବେ କହିରଖୁଛୁ, ଭାରତରେ ଶାରୀରିକ ଦଣ୍ଡ ଅପରାଧ । ୨୦୦୦ ମସିହାରେ ସୁପ୍ରିମକୋର୍ଟ ସମସ୍ତ ଶିକ୍ଷାନୁଷ୍ଠାନରେ ଶାରୀରିକ ଦଣ୍ଡର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସରକାରୀ ବେସରକାରୀ ବିଦ୍ୟାଳୟ ଗୁଡିକୁ ଦଣ୍ଡମୁକ୍ତ ବିଦ୍ୟାଳୟ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.