Latest Odisha News

ଶ୍ରୀମନ୍ଦିରରେ ଲୁହା କଡେଇରେ ରୋଷେଇ ଘଟଣା: ପାଳିଆ ସେବକ ନିଲମ୍ବିତ

ପୁରୀ: ଶ୍ରୀମନ୍ଦିରରେ ଲୁହା କଡେଇରେ ରୋଷେଇ ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏହି ଘଟଣାରେ ଜଣେ ପାଳିଆ ସେବକଙ୍କୁ ନିଲମ୍ବନ କରଯାଇଛି । ଏଥିସହିତ ୩ ଜଣ ସୁପକାରଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ମହାପ୍ରଭୁଙ୍କ ସେବାରେ ପରମ୍ପରା ବାହାରେ କାର୍ଯ୍ୟ ଏବଂ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ ।

ତେବେ କହିରଖୁଛୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ବହୁ ବର୍ଷର ପରମ୍ପରା ଭାଙ୍ଗି ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ ହେଇଥିବା ଘଟଣା ସାମ୍ନାକୁ ଆସିଥିଲା । କରୋନା ପରଠାରୁ ପ୍ରାୟ ୫ ବର୍ଷ ହେବ ଏହି ଅନିୟମିତତା ଶ୍ରୀମନ୍ଦିରରେ ଚାଲିଆସୁଥିଲା । ଯାହାକୁ ନେଇ ନିଯୋଗର ଜଣେ କର୍ମକର୍ତ୍ତା ସୂଚନା ଦେବା ଏନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ସେପଟେ ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଗତ ମାସରେ ସୁଆର ମହାସୁଆର ନିଯୋଗ ପକ୍ଷରୁ କିଛି ସୁଆର ସେବକଙ୍କୁ ନୋଟିସ୍ ମଧ୍ୟ କରାଯାଇଥିଲା । ଗତ ମାସ ୧୩ ତାରିଖରେ ୭ ଦିନ ଭିତରେ ରିପୋର୍ଟ ମାଗିଥିଲେ ମୁଖ୍ୟ ପ୍ରଶାସକ । ସେପଟେ ମାଟି ହାଣ୍ଡି ନମିଳିବାରୁ କେତେକ ସୁଆର ସେବକ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ସଫେଇ ଦେଇଥିଲେ ସୁଆର ସେବକ । ଯାହା ଉପରେ ଆଜି କଡା ଆକ୍ସନ ନିଆ ହୋଇଛି ।

Leave A Reply

Your email address will not be published.