Latest Odisha News

BREAKING NEWS

ଏହି ଦେଶର ଅଧିକାଂଶ ଲୋକ ଶାକାହାରୀ, ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ: ଭାରତ ସମେତ ଦୁନିଆର ଅଧିକାଂଶ ଦେଶରେ ଲୋକ ମାନଙ୍କର ଖାଇବା ପିଇବା ଶୈଳୀ ଭିନ୍ନ ଭିନ୍ନ l ସେମାନଙ୍କ ମଧ୍ୟରୁ କିଏ ଶାକାହାରୀ ଖାଦ୍ୟ ଖାଇବାକୁ ଭଲ ପାଏ ତ କିଏ ପୁଣି ମାଂସାହାରୀ। ତେବେ କଣ ଆପଣ ଜାଣନ୍ତି କି କେଉଁ ଦେଶର ଲୋକ ଶାକାହାରୀ ଖାଦ୍ୟ ବେଶୀ ଖାଇଥାନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ,,,

ଭଲ ଖାଇବାର ଇଚ୍ଛାରେ କିଛି ଲୋକ ଅନେକ ଦୂର ଦୂର ପର୍ଯ୍ୟନ୍ତ ଯାତ୍ରା କରନ୍ତି । ଖାଦ୍ୟକୁ ନେଇ ସବୁଠାରୁ ବଡ ବିଶେଷତା ଏହା ଯେ ଦେଶର କୋଣ ଅନୁକୋଣରେ ତଥା ଭିନ୍ନ ଭିନ୍ନ ସହର, ରାଜ୍ୟ, ଦେଶ ମାନଙ୍କରେ ଖାଦ୍ୟ ପାନୀୟ ଅଲଗା ଅଲଗା। ସେପଟେ ଖାଦ୍ୟ ଖାଇବାରେ ସୌକିନ ରଖୁଥିବା ଲୋକ ସବୁ ପ୍ରକାରର ଖାଦ୍ୟର ଟେଷ୍ଟ କରିବାକୁ ପସନ୍ଦ କରନ୍ତି । ସେଥିମଧ୍ୟରୁ କିଛି ଲୋକ ଶାକାହାରୀ ଖାଇବାକୁ ଭଲ ପାଆନ୍ତି ତ କିଛି ଲୋକ ମାଂସାହାରୀ। ତେବେ କହୀରଖୁଛୁ ଯେ ଦୁନିଆର ଅଧିକାଂଶ ଲୋକ ମାଂସାହାରୀ ଖାଦ୍ୟ ଖାଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଅଧିକାଂଶ ଲୋକ ଶାକାହାରୀ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।

ରିପୋର୍ଟ ଅନୁସାରେ, ଶାକାହାରୀ ଖାଦ୍ୟ ଖାଇବାର ତାଲିକାରେ ସର୍ବ ପ୍ରଥମେ ଆସେ ଆମ ଦେଶ ଭାରତ । ଭାରତର ୩୮ ପ୍ରତିଶତରୁ ଅଧିକାଂଶ ଲୋକ ଶାକାହାରୀ ଖାଦ୍ୟ ଖାଆନ୍ତି। ଭାରତର ହରିୟାଣା, ରାଜସ୍ଥାନ ଏପରି ଏକ ରାଜ୍ୟ ଯେଉଁଠାରେ ସବୁଠାରୁ ଅଧିକ ଲୋକ ଶାକାହାରୀ ଖାଦ୍ୟ ଖାଆନ୍ତି। ଏକ ପରେ ଆସେ ଇସ୍ରାଏଲ । ଏଠାରେ ରହୁଥିବା ୧୩ ପ୍ରତିଶତ ଲୋକ ଶାକାହାରୀ ଖାଦ୍ୟ ଖାଇଥାନ୍ତି। ଏଠାକାର ଲୋକମାନେ ଏଇଆ ଭାବନ୍ତି ଯେ, ପେଟର ଭୋକକୁ ମାରିବାକୁ ନିରୀହ ପଶୁ ମାନଙ୍କୁ ମାରିବା ଉଚିତ୍ ନୁହେଁ।

ସେହିପରି ତୃତୀୟ ନାମ୍ବରରେ ଅଛି ତାଇୱାନ । ଏଠାକାର ୧୨ ପ୍ରତିଶତ ଲୋକ ଶାକାହାରୀ ଖାଦ୍ୟ ସେବନ କରନ୍ତି । ଏଠାରେ ସବୁଠାରୁ ଅଧିକ ଶାକାହାରୀ ଖାଦ୍ୟର ଦୋକାନ ମଧ୍ୟ ଦେଖିବାକୁ ମିଳେ । ଏହାପରେ ରହିଛି ଇଟାଲୀ । ଏଠାକାର ୧୦ ପ୍ରତିଶତ ଲୋକ ଶାକାହାରୀ ଖାଦ୍ୟ ଖାଇଥାନ୍ତି । ଯଦିଓ ଇଟାଲୀ ମାଂସାହାରୀ ଖାଦ୍ୟ ପାଇଁ ପ୍ରସିଦ୍ଧ କିନ୍ତୁ ଏକ ରିପୋର୍ଟ ଅନୁସାରେ ଏବେ ସେଠାରେ ଶାକାହାରୀ ଖାଦ୍ୟ ଖାଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେହିପରି ପଞ୍ଚମ ନମ୍ବରରେ ଅଛି ଅଷ୍ଟ୍ରିଆ । ଏଠାକାର ୯ ପ୍ରତିଶତ ଲୋକ ଶାକାହାରୀ ଖାଦ୍ୟ ଖାଇଥାନ୍ତି।

Leave A Reply

Your email address will not be published.