Latest Odisha News

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ

ସମ୍ବଲପୁର: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ । ଦୋଷୀ ପ୍ରଶାନ୍ତ ବଘାରକୁ ଫାଶି ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୨ ଜମନକିରା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, ହତ୍ୟା ପାଇଁ ଘଟଣାରେ ଗିରଫ ହୋଇଥିଲେ ପ୍ରଶାନ୍ତ । ନାବାଳିକାକୁ ହତ୍ୟା କରିବା ପରେ କଟା ମୁଣ୍ଡ ନେଇ ଯିବାବେଳେ ଧରିଥିଲେ ଗ୍ରାମବାସୀ ।

ସୂଚନା ଅନୁସାରେ, ଗତ ୨୦୨୨ ମସିହାରେ ସମ୍ବଲପୁର ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗ୍ରାମରେ ଜଣେ ନାବାଳିକାଙ୍କୁ ସେହି ଗ୍ରାମର ପ୍ରଶାନ୍ତ ବଘାର ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା l ହତ୍ୟା କରିବା ପରେ ନାବାଳିକାର ଦେହରୁ ମୁଣ୍ଡ ଅଲଗା କରି କଟାମୁଣ୍ଡ ଧରି ଗାଁରେ ବୁଲୁଥିବା ବେଳେ ଏକ ନଳକୂଅରେ ହାତ ଧୋଇବା ବେଳେ ଅଭିଯୁକ୍ତକୁ ମାଡି ବସିଥିଲେ ଗ୍ରାମବାସୀ । ଏହାପରେ ତାକୁ ପୋଲିସର ଜିମା ଦେଇଥିଲେ । ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ  l ସେବେଠାରୁ ଜେଲରେ ଥିଲେ ପ୍ରଶାନ୍ତ । ଆଜି ସ୍ୱତନ୍ତ୍ର ପୋକ୍ସ କୋର୍ଟ ଏହାର ରାୟ ଶୁଣାଇଛନ୍ତି । ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେବା ସହ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ l

Leave A Reply

Your email address will not be published.