Latest Odisha News

BREAKING NEWS

ସବ ଜୁନିୟର ମହିଳା ହକି: ରାଉରକେଲା ସ୍ପୋର୍ଟ୍ସ ହଷ୍ଟେଲ ଚାମ୍ପିୟନ

ରାଉରକେଲା: ରାଜ୍ୟସ୍ତରୀୟ ସବ ଜୁନିୟର ମହିଳା ହକି ଚାମ୍ପିୟନଶିପରେ ରାଉରକେଲା ସ୍ପୋଟ୍ସ ହଷ୍ଟେଲ ଚାମ୍ପିୟନ ହୋଇଛି । ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ରାଉରକେଲା ସ୍ପୋର୍ଟ୍ସ ହଷ୍ଟେଲ ଓ ସୁନ୍ଦରଗଡ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ବେଶ ରୋମାଂଚକର ହୋଇଥିଲା । ନିର୍ଦ୍ଧାରିତ ସମୟରେ କେହି କାହା ବିପକ୍ଷରେ ଗୋଲ ସ୍କୋର କରିପାରି ନ ଥିଲେ । ଶୁଟଆଉଟରେ ରାଉରକେଲା ୨-୧ରେ ବିଜୟୀ ହୋଇଥିଲା । ସୁନ୍ଦରଗଡ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଗାଙ୍ଗପୁର ହକି ଆସୋସିଏଶନକୁ ପରାସ୍ତ କରି ତୃତୀୟ ସ୍ଥାନ ହାସଲ କରିଛି । କିରନ ଏକ୍କା (ଶ୍ରେଷ୍ଠ ଡିଫେଣ୍ଡର), ପ୍ରିୟଙ୍କା ମିଞ୍ଜ(ଶ୍ରେଷ୍ଠ ଫରୱାର୍ଡ), ସୁସ୍ମିତା ସିଂ (ଶ୍ରେଷ୍ଠ ମିଡଫିଲ୍ଡର), ପ୍ରିୟାଂଶି ମିଞ୍ଜ(ଶ୍ରେଷ୍ଠ ଗୋଲକିପର) ଓ ଦୀପିକା ବେଗ(ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ) ପ୍ରଭାବୀ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଥିଲେ ।

ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଖେଳାଳିଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ପ୍ରତିଭାବାନ ଖେଳାଳିମାନେ ଆଗାମୀ ଦିନରେ ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିବେ ବୋଲି କହିଥିଲେ । ଉଦଯାପନୀ ଉତ୍ସବରେ ନିବେଦିତା ପ୍ରଧାନ, ସୁଦୀପ୍ତା କୁମାର ନାଏକ, ବନ୍ଦନା ଉଇକେ, ସେବତୀ ଦାନସାନ ଓ ହକି ଆସୋସିଏଶନ ଅଫ ଓଡିଶାର ସେକ୍ରେଟାରୀ ସନାତନ ସାହୁ ପ୍ରମୁଖ ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.