Latest Odisha News

ଖୁବ ଶୀଘ୍ର କିକ ୨: ଫେରିବ ଡେଭିଲ

ମୁମ୍ବାଇ: ୨୦୧୪ରେ ରିଲିଜ ହୋଇଥିବା ସଲମାନ ଖାଁ ଅଭିନୀତ କିକ ୨ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଡେଭିଲ ଭୂମିକାରେ ସେ ପ୍ରଶଂସକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । ଏହାର ସୀକ୍ୱେଲ ଖୁବ ଶୀଘ୍ର ଆସୁଛି । ନିର୍ମାତା ସାଜିଦ ନାଡିୟାଡୱାଲା ଏହାର ଘୋଷଣା କରିବା ସହ ଫାଷ୍ଟ ଲୁକ ମଧ୍ୟ ଜାରୀ କରିଛନ୍ତି । ସୋସିଆଲ ମିଡିଆରେ ସେ ସଲମାନଙ୍କ ଫଟୋ ଶେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସଲମାନ ଏବେ ସିକନ୍ଦର ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଆର ମୂରୁଗାଦାସଙ୍କ ଏହି ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମାନ୍ଧନା ଓ କାଜଲ ଅଗ୍ରୱାଲ ଅଭିନୟ କରୁଛନ୍ତି । ଏହା ୨୦୨୫ ଇଦରେ ରିଲିଜ ହେବ ବୋଲି ସ୍ଥିର ହୋଇଛି ।

ଏହା ପରେ ସେ ଶେରଖାଁ ଓ ଟାଇଗର ଭର୍ସେସ ପଠାନ ଫିଲ୍ମରେ ଅଭିନୟ କରିବେ । ଏହା ଯଥାକ୍ରମେ ୨୦୨୬ ଓ ୨୦୨୭ରେ ରିଲିଜ ହେବ । କିକ ୨ ଘୋଷରା ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଏ ନେଇ ତୀବ୍ର ଉତ୍ସାହ ଦେଖିବାକୁ ମିଳିଛି । କିକ ସାଜିଦଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ଥିଲା ।

Leave A Reply

Your email address will not be published.