Latest Odisha News

ଏଥର ଫିକା ପଡିବ କଟକର ରାବଣପୋଡି

କଟକ: ଏଥର ଫିକା ପଡିବ ରାବଣ ପୋଡି । କଟକରେ ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା । ତାଗିଦ୍ କଲେ ହାଇକୋର୍ଟ । ସୁରୁଖୁରୁରେ କିପରି ରାବଣପୋଡି ଉତ୍ସବ ହେବ ତାହା ଉପରେ ଗୁରୁତ୍ବାରୋପ କରିଛନ୍ତି ହାଇକୋର୍ଟ । କେବଳ ରଙ୍ଗୀନ ବାଣ, ଯାହା ପରିବେଶ ପ୍ରତିକୂଳ ହୋଇଥିବା ସେଭଳି ବାଣ ବ୍ୟବହାର ନେଇ ଆଡଭୋକେଟ୍‌ କମିଟି ପ୍ରସ୍ତାବ ରଖିଛି ।

ଏଥିପାଇଁ ଆସନ୍ତା ୧୦ ତାରିଖ ସୁଦ୍ଧା ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ ସିଏମ୍‌ସି ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।  ସେପଟେ ଲୋକଙ୍କ ଭିଡ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ ଓ ସୁପରିଚାଳନା କରିବା ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ସର୍ବଧର୍ମ ସାଧାରଣ ପରିଷଦ ପକ୍ଷରୁ ଆଗତ ହୋଇଥିବା ଇଣ୍ଟର ଭେନିଂ ପିଟିସନର ଶୁଣାଣି କରି ଏହି ସବୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Leave A Reply

Your email address will not be published.