Latest Odisha News

୩ ବର୍ଷ ବଢିଲା ଆଳୁ ମିସନ ଅବଧି; ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ବିହନ ଆସିବ

ଭୁବନେଶ୍ବର: ‘ଆଳୁ’ ସଂକଟର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ନୂଆ ଯୋଜନା। ଆଳୁ ମିସନ ଅବଧିକୁ ୩ ବର୍ଷ ବୃଦ୍ଧି କରିଛନ୍ତି। ଏଥି ସହିତ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବା ପାଇଁ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ବିହନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଉଦ୍ୟାନକୃଷି ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମ୍‌ କୋଲକାତା ଯାଇଛନ୍ତି। ଏହି ଟିମ୍‌ ପଶ୍ଚିମବଙ୍ଗ ଶୀତଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ। ନୂଆ ଆଳୁ ମିସନ ନେଇ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ପୂର୍ବ ସରକାର କରିଥିବା ଆଳୁ ମିସନ ଫେଲ ମାରିଛି। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯିବ। ବିହନ ଠିକ ସମୟରେ ଯୋଗାଇ ଦିଆ ଯାଉନଥିବାରୁ ମିସନ ଫେଲ ମାରିଥିଲା।

ବର୍ତ୍ତମାନର ସରକାର ରାଜ୍ୟରେ ଆଳୁ ଉତ୍ପାଦନ ଅଧିକ ପାଇଁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି, ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ବିହନ ଆସିବ। ସବୁ ସବ ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ହେବ। ନୂଆ ପଦ୍ଧତିରେ ଭିନ୍ନ ତାପମାତ୍ରାରେ ପରିବା କିଭଳି ରଖାଯାଇ ପାରିବ ସେ ନେଇ ବିଭାଗ ତର୍ଜମା କରୁଛି।

Leave A Reply

Your email address will not be published.