Latest Odisha News

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ପୂରା ପରିବାର

ମୁମ୍ବାଇ: ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ପୂରା ପରିବାର । ଚେମ୍ବୁରର ସିଦ୍ଧାର୍ଥ କଲୋନୀରେ ଥିବା ଏକ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ପରିବାରର ୭ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ନେଇ ସୂଚନା ମିଳିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ସୂଚନା ଅନୁସାରେ, ଆଜି ଭୋର ୪ଟା ସମୟରେ ମୁମ୍ବାଇ ଚେମ୍ବୁର ଅଞ୍ଚଳର ସିଦ୍ଧାର୍ଥ କଲୋନୀରେ ଥିବା ଏକ ଘରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। କୋଠାର ତଳ ମହଲାରେ ଥିବା ଏକ ଦୋକାନରେ ସର୍ଟସର୍କିଟ ଯୋଗୁ ନିଆଁ ବ୍ୟାପିଥିଲା। ଫଳରେ ଉପର ମହଲାରେ ରହୁଥିବା ପରିବାର ଲୋକେ ନିଆଁ ଦାଉରୁ ରକ୍ଷା ପାଇ ପାରିନଥିଲେ । ଏଥିରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ମଧ୍ୟ ଅଛନ୍ତି । ଅଗ୍ନିକାଣ୍ଡର ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଏନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.