Latest Odisha News

୧୨ ବର୍ଷ ପରେ ଏକାଠି ସ୍କ୍ରିନ୍ ସେୟାର କରିବେ କରୀନା ଓ ସୈଫ୍, ଦର୍ଶକଙ୍କ ମନରେ ଉତ୍କଣ୍ଠା

ମୁମ୍ବାଇ: ପ୍ରଭାସ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ତାଙ୍କର ଚଳଚ୍ଚିତ୍ର ‘କଲ୍‌କି 2898 AD’ ରିଲିଜ୍ ହୋଇଛି। ଫିଲ୍ମଟି ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଥିଲା। ବର୍ତ୍ତମାନ ସେ ପରବର୍ତ୍ତୀ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି। ଫିଲ୍ମ ‘ସ୍ପିରିଟ୍‌’ ଜରିଆରେ ପ୍ରଥମ ଥର ପାଇଁ ଯୋଡି ବାନ୍ଧିବାକୁ ଯାଉଛନ୍ତି ଦକ୍ଷିଣୀ ସୁପରଷ୍ଟାର ପ୍ରଭାସ ଓ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ବଙ୍ଗା। ଏ ଖବର ଆସିବା ପରେ ଶୁଣିବାକୁ ମିଳିଛି ଏଥିରେ ଭିଲେନ୍‌ ଚରିତ୍ରରେ ଅଭିନୟ କରିବେ ସୈଫ୍‌ ଅଲ୍ଲୀ ଖାନ।

କରୀନା କପୁର ଖାନ ଏବଂ ସୈଫ୍ ଅଲି ଖାନ ଏହି ଫିଲ୍ମରେ ଏଣ୍ଟ୍ରି ହେବାର ଖବର ରହିଛି। କୁହାଯାଉଛି ଯେ ଉଭୟ ଫିଲ୍ମରେ ଅଭିନୟ କରିବେ। ସ୍ୱାମୀଙ୍କ ସହ ଯୋଡ଼ି ହୋଇ ଏହି ସିନେମାରେ ଅଭିନୟ କରିବେ କରୀନା କପୁର। ଏହି ଲୋକପ୍ରିୟ ବଲିଉଡ ଦମ୍ପତି ପୁଣି ୧୨ ବର୍ଷ ପରେ ଏକାଠି ସ୍କ୍ରିନ୍ ସେୟାର କରିବେ ବୋଲି ଜୋରସୋର ଚର୍ଚ୍ଚା ଚାଲିଛି। ଆଗରୁ ସୈଫ୍ ଓ କରୀନା ବେଶ୍‌ କିଛି ସିନେମାରେ ଏକତ୍ର ଦେଖିବାକୁ ମିଳିଛନ୍ତି। ତେବେ ଏହି ସିନେମାରେ ଦୁହିଁଙ୍କୁ ଖଳନାୟକ ଦମ୍ପତିରେ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି।

ଫିଲ୍ମ ‘ଆନିମଲ୍‌’ର ସାଫଲ୍ୟ ପରଠାରୁ ସନ୍ଦୀପଙ୍କ ପରବର୍ତ୍ତୀ ସିନେମା ନେଇ ଦର୍ଶକମାନଙ୍କ ମନରେ ଉତ୍କଣ୍ଠା ଥିଲା। ପୁଣି ଅପ୍‌କମିଂ ସିନେମା ‘ସ୍ପିରିଟ୍‌’ରେ ସୈଫ ଓ କରୀନା ଏକାଠି ଅଭିନୟ କରିବା କଥା ଶୁଣି ଦର୍ଶକଙ୍କ ପ୍ରତ୍ୟାଶା ମଧ୍ୟ ବଢ଼ିଯାଇଛି। ଚଳିତ ବର୍ଷରୁ ହିଁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ। ଆସନ୍ତା ବର୍ଷ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବାର ଯୋଜନା ରହିଛି।

 

Leave A Reply

Your email address will not be published.