Latest Odisha News

ଲକ୍ଷ୍ମୀ ବସକୁ ବିରୋଧ କରି ବନ୍ଦ ଡାକରା ପ୍ରସଙ୍ଗ: ବସ୍ ମାଲିକଙ୍କୁ ଆଲୋଚନା ପାଇଁ ଡାକିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଲକ୍ଷ୍ମୀ ବସ୍‌ ସେବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ୭ ତାରିଖ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍‌ ସେବା ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଘରୋଇ ବସ୍ ମାଲିକ ସଂଘର ବନ୍ଦ ଡାକରା ଦେଇଛି। ଏହି ପ୍ରସଙ୍ଗରେ ଆଲୋଚନାକୁ ଆସିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ ବିଭୂତି ଜେନା।

ଆସନ୍ତାକାଲି ଆଲୋଚନା ହେବ, ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେଣୁ ଆସନ୍ତାକାଲି ବନ୍ଦ ନକରି ଆଲୋଚନାକୁ ଆସିବାକୁ ଅନୁରୋଧ କଲେ ମନ୍ତ୍ରୀ। ପଞ୍ଚାୟତରୁ ବ୍ଲକକୁ ଲୋକେ ହେଉ ନଥିବା ଯୋଗୁଁ ବସ୍ ଖାଲିପଡୁଛି। ବସ୍ ଚାଲିବ, କେବଳ ରୂପରେଖ ପରିବର୍ତ୍ତନ ହେବ ବୋଲି କହିଛନ୍ତି ମନ୍ତ୍ରୀ।

ସୂଚନା ଥାଉକି ପଶ୍ଚିମାଞ୍ଚଳ ଓ ଦକ୍ଷଣାଞ୍ଚଳ ତଥା ୧୩ ଜିଲ୍ଲାର ୨୪ ଘରୋଇ ବସ୍ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ଲକ୍ଷ୍ମୀ ବସ୍ ଚାଲିଥିଲା। ପ୍ରତିବାଦ ପରେ ବନ୍ଦ ରହିଥିଲା। ତେବେ ପୁଣି ଟାୟାର ଟୁ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ ମାଲିକ ସଂଘ ପ୍ରତିବାଦ କରିଥିଲେ। ହେଲେ ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା। ବର୍ତ୍ତମାନ ସରକାର ବଦଳିଛି, ହେଲେ ବଦଳିନି ପୂର୍ବ ସରକାରଙ୍କ ଯୋଜନା। ଏନେଇ ପରିବହନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

 

Leave A Reply

Your email address will not be published.