Latest Odisha News

ପୁଣି ରାଜଭବନ ଆଗରେ ଗର୍ଜିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ପୁଣି ରାଜଭବନ ଆଗରେ ଗର୍ଜିଲା ଛାତ୍ର କଂଗ୍ରେସ । ପୁରୀ ରାଜଭବନରେ ସେ କଳା ରାତିର ଘଟଣାକୁ ନେଇ ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ରାଜଭବନ ଆଗରେ ପୁଣି ଯୁବ ଏବଂ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେବେ ରାଜ୍ୟ ପୁଅଙ୍କୁ ଗିରଫ କରାଯାଉଛି ସେନେଇ ପ୍ରଶ୍ନ କରିଛି କଂଗ୍ରେସ । ରାଜ୍ୟପାଳଙ୍କ ପୁଅର ଗିରଫ ଦାବିରେ ରାଲି ପ୍ରଦର୍ଶନ କରିଛି ।

ସେପଟେ ବିକ୍ଷୋଭ ପ୍ରଦର୍ଶନ ବେଳେ ଯୁବ ଏବଂ ଛାତ୍ର କଂଗ୍ରେସ ରାଜଭବନ ଘେରାଉ ପାଇଁ ବ୍ୟାରିକେଡ ଉପରେ ଚଢି ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହା ମଧ୍ୟରେ ପୋଲିସ୍ କର୍ମୀ ଓ କଂଗ୍ରେସ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଭୁବନେଶ୍ବର ପାୱାର ହାଉସ୍‌ ଛକରୁ ପୋଲିସ୍ କିଛି କଂଗ୍ରେସ କର୍ମୀଙ୍କୁ ଉଠାଇନେଇଛି ।

ତେବେ କହିରଖୁଛୁ, ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରହଣି ବ୍ୟବସ୍ଥା ତଦାରଖ ପାଇଁ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ବୈକୁଣ୍ଠ ପ୍ରଧାନଙ୍କୁ ରାଜଭବନରେ ନିୟୋଜିତ କରାଯାଇଥିଲା।ଜୁଲାଇ ୭ ତାରିଖ ରାତିରେ ସେ ରାଜଭବନରେ ଥିବା ତାଙ୍କ କାର୍ଯ୍ୟାଳୟରେ ଥିଲେ। ଲଳିତ ତାଙ୍କୁ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂହଙ୍କ ଜରିଆରେ ରାତି ପ୍ରାୟ ୧୧ଟା ୪୫ରେ ୪ ନମ୍ବର ସୁଟକୁ ଡାକିଥିଲେ। ବୈକୁଣ୍ଠ ପ୍ରଧାନ ତାଙ୍କ ପାଖକୁ ଯିବା ମାତ୍ରେ ଲଳିତ ଓ ସେଠାରେ ଉପସ୍ଥିତ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ବୋଲି ଅଭିଯୋଗ କରିଥିଲେ ବୈକୁଣ୍ଠ । ଏହାକୁ ନେଇ ସେତେବେଳେ ରାଜନୀତି ମଧ୍ୟ ଜୋର ଧରିଥିଲା । ହେଲେ ପରେ ତଥାକଥିତ ଘଟଣା ଥମିଯାଇଥିଲା ।

Leave A Reply

Your email address will not be published.