Latest Odisha News

BREAKING NEWS

ଆର.ଜି କର ହସ୍ପିଟାଲ ଘଟଣା, ଚାର୍ଜସିଟ ଦାଖଲ କଲା ସିବିଆଇ

କୋଲକାତା: ବହୁଚର୍ଚ୍ଚିତ କୋଲକାତା ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଛି l ଏନେଇ ଆଜି ଚାର୍ଜସିଟ ଦାଖଲ କରିଛି ସିବିଆଇ l ସିବିଆଇର କହିବା ଅନୁସାରେ ପ୍ରାୟ 200 ଜଣ ଲୋକଙ୍କ ବୟାନ ଏହି ଚାର୍ଜସିଟରେ ରେକର୍ଡ କରାଯାଇଛି।

ସେପଟେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗତ ଶନିବାର ଠାରୁ ଜୁନିୟର ଡାକ୍ତରମାନେ ଆମରଣ ଅନଶନରେ ବସିଛନ୍ତି । ଯେଉଁ ପର୍ଯ୍ୟନ୍ତ ସରକାର ତାଙ୍କ ଦାବି ପୂରଣ କରିନାହାଁନ୍ତି ସେ ପର୍ଯ୍ୟନ୍ତ ସେ ଏହି ପରି ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l ପ୍ରତିଶ୍ରୁତି ପୁରାଣ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ 24 ଘଣ୍ଟା ସମୟ ଦେଇଥିଲେ ଡାକ୍ତର ମାନେ।

ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଥିବା ବେଳେ ହରଡଘଣାରେ ପଡ଼ିଛନ୍ତି ମମତା ବାନାର୍ଜୀ l ଏନେଇ ବିଜେପି ଅତର୍କିତ ଭାବରେ ମମତା ସରକାଙ୍କୁ ଟାର୍ଗେଟ କରୁଛି l ଏହି ମାମଲା ଯୋଗୁଁ ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଅନେକ ପ୍ରକାରର ଅଭିଯୋଗ ଆସୁଛି l କୁହାଯାଉଛି ମାମଲାକୁ ରଫାଦଫା କରିବା ଏବଂ ପ୍ରମାଣ ଲୁଚାଇବାରେ ସରକାର ଅଭିଯୁକ୍ତଙ୍କୁ ସାହାର୍ଯ୍ୟ କରୁଛନ୍ତି। ବିଗତ ଦିନରେ ପରିସ୍ଥିତି ଏପରି ଥିଲା ଯେ ଅନେକ ଡାକ୍ତର ଏହି ପ୍ରସଙ୍ଗକୁ ନେଇ କାର୍ଯ୍ୟ ବନ୍ଦ କରି ହରତାଳ କରିଥିଲେ l ଶେଷରେ ଅନେକ ଚେଷ୍ଟା ପରେ ଏବଂ ପରିସ୍ଥିତିକୁ ବିଚାର କରି ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଇଥିଲେ l

Leave A Reply

Your email address will not be published.