Latest Odisha News

୭ ବର୍ଷ ପରେ ଫେରିଲା ହଂକଂ କ୍ରିକେଟ ସିକ୍ସେସ: କୋହଲି ଖେଳି ପାରନ୍ତି

ନୂଆଦିଲ୍ଲୀ: ୭ ବର୍ଷ ପରେ ରୋମାଂଚରେ ଭରପୂର ହଂକଂ କ୍ରିକେଟ ସିକ୍ସେସ ପୂନର୍ବାର ଫେରିଛି । ନଭେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଏହି ଲୋକପ୍ରିୟ କ୍ରିକେଟ ଫର୍ମାଟରେ ଭାରତ ଅଂଶଗ୍ରହଣ କରିବ । ରିପୋର୍ଟ ମୁତାବକ ଭାରତର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମା ଏଥିରେ ଖେଳି ପାରନ୍ତି । ଟିନ କୋଙ୍ଗ ରୋଡ ରିକ୍ରେଶନ ଗ୍ରାଉଣ୍ଡରେ ମ୍ୟାଚଗୁଡିକ ଖେଳାଯିବ । ପାକିସ୍ତାନ ମଧ୍ୟ ଏଥିରେ ଅଂଶଗ୍ରହଣ କରିବା ନେଇ ରାଜି ହୋଇଛି । ପିସିବି ଫହୀନ ଅଶ୍ରଫଙ୍କ ନେତୃତ୍ୱରେ ୭ ଜଣିଆ ଦଳ ମଧ୍ୟ ଘୋଷଣା କରିିଛି ।

ହଂକଂ ସିକ୍ସେସ: ଏହା ସମ୍ପୂର୍ଣ୍ଣ ଭାବେ କ୍ରିକେଟର ଏକ ନୂଆ ରୂପ । ଏଥିରେ ଗୋଟିଏ ଦଳରେ ୬ଜଣ ଖେଳାଳି ରହିବେ । ୱିକେଟକିପରଙ୍କ ବ୍ୟତୀତ ୫ଜଣ ବୋଲର ଗୋଟିଏ ଲେଖାଏଁ ଓଭର ବୋଲିଂ କରିବେ । କ୍ରିକେଟର ଏହି ଫର୍ମାଟ ବେଶ ଲୋକପ୍ରିୟତା ହାସଲ କରିଛି । ଏହା ଉଭୟ ଟିଭି ଓ ଲାଇଭ ଦର୍ଶକଙ୍କୁ ପସନ୍ଦ ଆସୁଛି । ଆଇସିସି ମଧ୍ୟ ଏହାକୁ ମାନ୍ୟତା ପ୍ରଦାନ କରିଛି ।

୧୯୯୩ରେ ଏହାର ପ୍ରଥମ ସଂସ୍କରଣ ଖେଳା ଯାଇଥିଲା । ନଭେମ୍ବର ୧ରୁ ୩ ପର୍ଯ୍ୟନ୍ତ ୧୨ଟି ଦେଶକୁ ନେଇ ଏହି ଟୁର୍ଣ୍ଣାମେଂଟ ଖେଳାଯିବ । ଜଣେ ବ୍ୟାଟ୍ସମ୍ୟାନc ୩୧ ରନ କରିବା ପରେ ସେ ସ୍ୱତଃ ରିଟାୟର ନେବେ । ନିମ୍ନ ଭାଗରେ ଯଦି ବ୍ୟାଟ୍ସମ୍ୟାନ ବିଫଳ ହେବେ ତେବେ ଏହି ବ୍ୟାଟ୍ସମ୍ୟାନ ପୂନର୍ବାର ବ୍ୟାଟିଂ କରିବାକୁ ଆସି ପାରିବେ । ନୋ ଏବଂ ୱାଇଡ ବଲ ପାଇଁ ୨ ରନ ରଖାଯାଇଛି । ଶେଷ ଥର ଦକ୍ଷିଣ ଆଫ୍ରିକା ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.