Latest Odisha News

ଜାତୀୟ ୱେଟଲିଫ୍ଟିଂ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ

ଭୁବନେଶ୍ୱର: ଭାରତୀୟ ୱେଟଲିଫ୍ଟିଂ ଫେଡେରେଶନ ଦ୍ୱାରା ଆୟୋଜିତ ଜାତୀୟ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମଙ୍ଗଳବାର ଓଡିଶାର ମୁକେଶ ଗମାଙ୍ଗୋ ୟୁଥର ବାଳକ ୫୫ କିଗ୍ରା ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ଓଭରାଲ ୨୦୪ କିଗ୍ରାର ଭାର ଉଠାଇ ଏହି ସଫଳତା ହାସଲ କରିଛନ୍ତି । ହିମାଚଳ ପ୍ରଦେଶର ନାର୍ଗୋଟା ଭବନରେ ଏହି ଚାମ୍ପିୟନଶିପ ଆୟୋଜିତ ହେଉଛି । ଏଥିରେ ନ୍ୟାଶନାଲ ୟୁଥ, ଜୁନିୟର ଓ ସିନିୟର ୱେଟଲିଫ୍ଟିଂ ପ୍ରତିଯୋଗିତା ଆୟୋଜିତ ହେଉଛି ।

ସେହିପରି ୪୫ କିଗ୍ରା ୟୁଥ ବାଳିକା ବିଭାଗରେ ପ୍ରୀତିସ୍ମିତା ଭୋଇ ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି । ଢ଼େଙ୍କାନାଳରେ ଥିବା ଓଡିଶା ଏଚପିସିରେ ସେ ପ୍ରଶିକ୍ଷଣ ନେଉଛନ୍ତି । ପୂର୍ବରୁ ଓଡିଶାର ଉଦୀୟମାନ ୱେଟଲିଫ୍ଟର ହର୍ଷବର୍ଦ୍ଧନ ସାହୁ ଓ ଜ୍ୟୋତ୍ସ୍ନା ଶବର ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Leave A Reply

Your email address will not be published.