Latest Odisha News

BREAKING NEWS

ସଫାରି ବସ୍ ଉପରେ ଚଢିଗଲା କଲରାପତରିଆ, ଭୟଭୀତ ପର୍ଯ୍ୟଟକ

ବେଙ୍ଗାଲୁରୁ: ଜଙ୍ଗଲ ସଫାରି ସମୟରେ ପର୍ଯ୍ୟଟକ ମାନେ ଅନେକ ରୋମାଞ୍ଚକର ଘଟଣା ଦେଖିଥାନ୍ତି। ସେଭଳି ଏକ ଘଟଣା ବେଙ୍ଗାଲୁରୁର ବନେରଘାଟ ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି। ଏଠାରେ ଏକ ସଫାରି ବସ୍ ପର୍ଯ୍ୟଟକମାନଙ୍କୁ ଜଙ୍ଗଲ ସଫାରିରେ ନେଇଥିବା ବେଳେ ଅଚାନକ କଲରାପତରିଆ ବାଘର ହାବୁଡରେ ପଡିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ବସ୍‌ରେ ବସିଥିବା ଲୋକମାନେ ଜଙ୍ଗଲ ସଫାରି ପାଇଁ ବନେରଘାଟ ଜାତୀୟ ଉଦ୍ୟାନରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ବସ୍ ଗୋଟିଏ ସ୍ଥାନରେ ଅଟକିଯାଉଛି। ତାପରେ ଏକ କଲରାପତରିଆ ବାଘ ଝରକା ଦେଇ ବସ୍ ଭିତରକୁ ପଶିବାକୁ ଚେଷ୍ଟା କରୁଛି। ଏହି ସମୟରେ ବସ୍‌ ମଧ୍ଯରୁ ଚିତ୍କାର ଶବ୍ଦ ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ଏହି ଘଟଣା ସମ୍ପର୍କରେ ଲୋକମାନେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ, କର୍ଣ୍ଣାଟକ ମନ୍ତ୍ରୀ ଇଶ୍ୱର ଖଣ୍ଡରେ ଚଳିତ ବର୍ଷ ଜୁନ୍ ମାସରେ ବନେରଘାଟ ବାୟୋଲୋଜିକାଲ ପାର୍କରେ କଲରାପତରିଆ ବାଘ ସଫାରି ଆରମ୍ଭ କରିଥିଲେ।

 

Leave A Reply

Your email address will not be published.