Latest Odisha News

ସବୁ ପୋଲିସ ଶିଖିବେ ସିସିଟିଭି କ୍ୟାମେରା ପରିଚାଳନା

ଭୁବନେଶ୍ବର: ରାଜ୍ୟର ସମସ୍ତ ପୋଲିସ କର୍ମଚାରୀ ଶିଖିବେ ସିସିଟିଭି କ୍ୟାମେରା ପରିଚାଳନା । ପର୍ଯ୍ୟାୟକ୍ରମେ ସିସିଟିଭି ସର୍ଭେଲାନ୍ସ ସିଷ୍ଟମ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷିତ କରାଇବା ପାଇଁ ଏକ ଷ୍ଟାଣ୍ଡାର୍ଡ ଟ୍ରେନିଂ ମଡ୍ୟୁଲ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଅନୁରୋଧ କରାଯାଇଛି ।

ସେହିପରି ସମସ୍ତ ଥାନା ଓ ଆଉଟପୋଷ୍ଟରେ ସିସିଟିଭି ପରିଚାଳନା ସୁବିଧା ନିମନ୍ତେ ରିଫ୍ରେସର ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଓକାକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଅନୁରୋଧ କରାଯାଇଥିବା ଆଜି ହାଇକୋର୍ଟରେ ବରିଷ୍ଠ ଆଇପିଏସ୍ ଶ୍ରୀ ଗଙ୍ଗୱାର ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ପୋଲିସର ନିର୍ଯାତନା ମାମଲାରେ ଆଜି ହାଇକୋର୍ଟରେ ବରିଷ୍ଠ ଆଇପିଏସ୍ ଶ୍ରୀ ଗଙ୍ଗୱାର ହାଜର ହୋଇ ପୋଲିସ ଥାନା ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବାକୁ ନେଇ କ’ଣ ପଦକ୍ଷେପ ନିଆଯାଇଛି ତାହା ସତ୍ୟପାଠ ଆକାରରେ ଜଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଥାନାଗୁଡ଼ିକରେ କାହିଁକି ସିସିଟିଭି କାର୍ଯ୍ୟକ୍ଷମ ହୋଇନି ବୋଲି ଦର୍ଶାଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ରିପୋର୍ଟ ତଲବ କରିଥିଲେ ।

Leave A Reply

Your email address will not be published.