Latest Odisha News

BREAKING NEWS

ପୋଲିସ ସାମ୍ନାରେ ବିଜେପି ବିଧାୟକଙ୍କୁ ପିଟିଲେ, ଭିଡିଓ ଭାଇରାଲ୍

ଲକ୍ଷ୍ମୀପୁର: ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ସର୍ବ ସମ୍ମୁଖରେ ପିଟିଲେ ଆଇନଜୀବୀ। ବାର ଆସୋସିଏସନ ସଭାପତି ଅବଧେଶ ସିଂ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିଧାୟକଙ୍କୁ ଚାପୁଡ଼ା ମାରିଥିଲେ, ଫଳରେ ମାହୋଲ ଉତ୍ତେଜନାପୂର୍ଣ୍ଣ ହୋଇଯାଥିଲା। ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ସୂଚନାନୁସାରେ, ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ନିର୍ବାଚନକୁ ନେଇ ବାର୍ ଆସୋସିଏସନ୍ ସଭାପତି ଅବଧେଶ ସିଂ ଏବଂ ବିଧାୟକ ଯୋଗେଶ ବର୍ମାଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ବିଧାୟକଙ୍କ ସମର୍ଥକ ଭୋଟର ତାଲିକା ଚିରି ଦେଇଥିବା ଅଭିଯୋଗ କରିଛନ୍ତି ଅବଧେଶ ସିଂ। ଏହା ପରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।ବିଜେପି ବିଧାୟକ ଯୋଗେଶ ବର୍ମାଙ୍କୁ ସର୍ବ ସମ୍ମୁଖରେ ଚାପୁଡ଼ା ମାରିଥିଲେ ଆଇନଜୀବୀ। ଏହା ପରେ ଅନ୍ୟ ଓକିଲମାନେ ମଧ୍ୟ ବିଧାୟକଙ୍କୁ ଘେରିଯାଇ ମାଡ଼ ମାରିଥିଲେ।

ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଅଞ୍ଚଳରୁ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Comments are closed.