Latest Odisha News

ଇଭିଏମ ସିଲ୍ ପାଇଁ ଇସିଆଇଙ୍କୁ ଭେଟିଲା କଂଗ୍ରେସ

ନୂଆଦିଲ୍ଲୀ: ହରିୟାଣାରେ ପରାଜୟ ପରେ ଭୋଟ ଗଣତି ଓ ଇଭିଏମ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ସେନେଇ ଦଳ ଆଜି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ଦଳର ବରିଷ୍ଠ ନେତା କେସି ଭେନୁଗୋପାଲ, ପବନ ଖେଡା, ଜୟରାମ ରମେଶ  ଓ ଅଜୟ ମାକନ ପ୍ରମୁଖଙ୍କୁ ନେଇ ଗଠିତ ଟିମ ଦିଲ୍ଲୀରେ ଇସିଆଇଙ୍କୁ ଭେଟିଛି। ଗଠିତ ଟିମ୍ ହରିୟାଣା ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ ନେଇ ଚିନ୍ତା ପ୍ରକଟ କରିବା ସହ ହରିୟାଣାର ୨୦ଟି ଆସନର ଇଭିଏମକୁ ସିଲ୍‌ କରିବାକୁ ଦାବି କରିଛି । ଏହି ଇଭିଏମ ଗୁଡିକରେ ବ୍ୟାଟେରୀ ସ୍ତର କମ ଥିବା ଟିମ୍ ପ୍ରକାଶ କରିଛି।

ଇସିଆଇଙ୍କ ସହ ବୈଠକ ପରେ କଂଗ୍ରେସ ନେତା ପବନ ଖେଡା କହିଛନ୍ତି, ଅଭଭିଯୋଗ କରାଯାଇଥିବା ଇଭିଏମଗୁଡିକୁ ସିଲ୍‌ କରିବାକୁ ନିର୍ବାଚନ କମିଶନଙ୍କୁ କୁହାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆହୁରି ଅଭିଯୋଗ ଦାଖଲ କରାଯିବ ବୋଲି ସେ କହିଛନ୍ତି। ଭୋଟ ଗଣତିରେ ଅନିୟମିତତା ହୋଇଥିବା ୨୦ଟି ନିର୍ବାଚନ ମଣ୍ଡଳିର ତଥ୍ୟ ଖୁବଶୀଘ୍ର ଗଣମାଧ୍ୟମକୁ ଦିଆଯିବ। ଅନ୍ୟ ୧୩ ନିର୍ବାଚନ ମଣ୍ଡଳୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇ ଇସିଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ହରିୟାଣାରେ କଂଗ୍ରେସ ୩୭ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ ୪୮ଟି ଆସନରେ ବିଜୟ ଲାଭ କରିଛି। ଏହାକୁ ନେଇ ବିଜେପି ସରକାର ଗଠନରେ ହାଟ୍ରିକ ମାରିବାକୁ ଯାଉଛି। ବିଜେପିର ଏହି ବିଜୟକୁ ଗ୍ରହଣ କରିପାରୁ ନାହିଁ କଂଗ୍ରେସ ।

Leave A Reply

Your email address will not be published.