Latest Odisha News

ସ୍କିନ୍‌ଟୋନ୍‌ ଅନୁସାରେ କିପରି ଚୟନ କରିବେ ଲିପ୍‌ଷ୍ଟିକ୍‌, ଜାଣିରଖନ୍ତୁ ଟିପ୍ସ…

ମହିଳାମାନେ ମେକ୍‌ଅପ୍ ପ୍ରିୟ। ମୁହଁର ମେକ୍‌ଅପ୍ ପ୍ରତି ସେମାନେ ଯେତିକି ଗୁରୁତ୍ୱ ଦିଅନ୍ତି ଓଠର ମେକ୍‌ଅପ୍‌ ପାଇଁ ବି ସେତିକି ଯତ୍ନଶୀଳ ଥାଆନ୍ତି। ଓଠର ମେକ୍‌ଅପ୍ ପାଇଁ ସାଧାରଣତଃ ଲିପ୍‌ଷ୍ଟିକ୍‌, ଲାଇନର ଓ ଗ୍ଲସ୍ ଆଦି ବ୍ୟବହାର କରିଥାଆନ୍ତି। ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ ବିଭିନ୍ନ ମେକ୍‌ଅପ୍‌ ସାମଗ୍ରୀ ମଧ୍ୟରୁ ଲିପ୍‌ଷ୍ଟିକ୍‌ର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ଲିପ୍‌ଷ୍ଟିକ୍‌ ଯଦି ସ୍କିନ୍‌ ଟୋନ୍‌କୁ ମ୍ୟାଚ୍‌ ନ କରେ ତେବେ ସୁନ୍ଦର ମେକ୍‌ଅପ୍‌ ବି ଲାଗିଥାଏ ଖରାପ।

ତେଣୁ ନିଜ ସ୍କିନ୍‌ଟୋନ୍‌ ଅନୁସାରେ କିପରି ଲିପ୍‌ଷ୍ଟିକ୍‌ ବ୍ୟବହାର କଲେ ଆକର୍ଷଣୀୟ ଲୁକ୍‌ ପାଇପାରିବେ ଜାଣି ରଖନ୍ତୁ ଟିପ୍ସ…

ଲିପଷ୍ଟିକ୍ ଏକ ଗ୍ଲାମରସ୍ ଲୁକ୍ ପାଇଁ ଶେଷ ସ୍ପର୍ଶ ଭାବରେ କାର୍ଯ୍ୟ କରେ। ଭାରତୀୟ ସ୍କିନ୍‌ଟୋନ୍ ପାଇଁ ସଠିକ୍ ଲିପଷ୍ଟିକ୍ ବାଛିବା ଟିକେ କଷ୍ଟସାଧ୍ୟ ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ। ଯଦି ମହିଳାମାନେ ଲିପଷ୍ଟିକ୍ ବାଛିବାବେଳେ କିଛି ମୌଳିକ ଜିନିଷ ଧ୍ୟାନରେ ରଖନ୍ତି, ତେବେ ସେମାନେ ନିଜ ପାଇଁ ସହଜରେ ସ୍କିନ୍‌ଟୋନ୍‌ ଅନୁସାରେ ଲିପଷ୍ଟିକ୍ ଚୟନ କରିପାରିବେ।

ଗୋରା ବା ଫେୟାର ସ୍କିନ୍ ପାଇଁ ଲିପଷ୍ଟିକ୍ ସେଡ୍-
ଯଦି ଆପଣଙ୍କ ସ୍କିନ୍‌ଟୋନ୍‌ ନ୍ୟୁଟ୍ରାଲ୍‌ ଅର୍ଥାତ୍‌ ଅଧିକ ଗୋରା କିମ୍ବା କଳା ନୁହେଁ ତେବେ ଆପଣଙ୍କୁ ପିଙ୍କ୍‌ ଏବଂ ରେଡ଼୍‌ କଲର, ପେଚି ନ୍ୟୁଡ୍ ଏବଂ ଲାଇଟ କଲର ପରଫେକ୍ଟ ସୁଟ୍‌ କରିବ। ତେବେ ଗ୍ଲସି ଅପେକ୍ଷା ମ୍ୟାଟ୍‌ ଲିପ୍‌ଷ୍ଟିପ୍‌ ବ୍ୟବହାର କଲେ ଆପଣ ଅଧିକ ସୁନ୍ଦର ଦିଶିବେ।

ଗହମ ସ୍କିନ୍ ଟୋନ୍ ପାଇଁ ଲିପଷ୍ଟିକ୍ ସେଡ୍-
ଗହମ ରଙ୍ଗ ବା ହ୍ବେଟିସ୍‌ କଲର ସ୍କିନ୍‌ଟୋନ୍‌କୁ ଲାଇଟ୍‌ ଏବଂ ଡିପ୍‌ ଉଭୟ ସେଡ୍ସର ଲିପ୍‌ଷ୍ଟିକ୍‌ ମାନିଥାଏ। ତଥାପି ଏହାକୁ ଲଗାଇବା ସମୟରେ ସ୍କିନ୍‌ ଯେପରି ବ୍ରାଇଟ୍‌ ଲାଗେ ସେଥିପ୍ରତି ଧ୍ୟାନ ଦେବେ, ନଚେତ୍‌ ଲିପ୍‌ଷ୍ଟିକ୍‌ ପାଇଁ ଓଠ ହାଇଲାଇଟ୍‌ ହେଉଥିବା ବେଳେ ମୁହଁ ଡଲ୍‌ ଲାଗିବ। ବେରୀ, କାରାମେଲ ଟୋନ୍ ଏବଂ ମାଉଭ୍ ସେଡ୍ ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ହୋଇପାରେ।

ଶ୍ୟାମଳ ରଙ୍ଗ ସ୍କିନ୍ ଟୋନ୍ ପାଇଁ ଲିପଷ୍ଟିକ୍ ସେଡ୍-
ଶ୍ୟାମଳ ରଙ୍ଗ ତ୍ୱଚାକୁ ମେରୁନ୍‌ ଏବଂ ହାଲ୍‌କା ବ୍ରାଉନ୍‌ ସେଡ୍ସ ଲିପ୍‌ଷ୍ଟିକ୍‌ ବହୁତ ସୁନ୍ଦର ଲାଗିଥାଏ। ଏହା ମୁହଁକୁ ବ୍ରାଇଟ୍‌ ଏବଂ ଆଇକ୍ୟାଚି ଲୁକ୍‌ ଦେବାରେ ସାହାଯ୍ୟ କରିଥାଏ। ରେଡ୍, ବେରୀ ଟୋନ ଭଳି ବୋଲ୍ଡ ଏବଂ ରିୟଲ ସେଡ୍ ଯାହା ନେଚୁରାଲ୍ କଲରକୁ ମାନିଥାଏ। ଏହା ବ୍ୟତୀତ ଟେରାକୋଟା ଏବଂ ମାଟି କଲର ସେଡ୍ ମଧ୍ୟ ଶ୍ୟାମଳ ରଙ୍ଗର ସ୍କିନ୍ ଟୋନ୍‌କୁ ଆକର୍ଷିତ କରିଥାଏ।

କଳା ସ୍କିନ୍ ଟୋନ ପାଇଁ ଲିପଷ୍ଟିକ୍ ସେଡ୍-
କଳା ରଙ୍ଗର ସ୍କିନ୍ ଟୋନ୍ ପାଇଁ ବରଗଣ୍ଡି, ଚକୋଲେଟ୍ ବ୍ରାଉନ୍ ଏବଂ ପ୍ଲମ୍ ପରି ଡାର୍କ ସେଡ୍ ଭଲ ଦେଖାଯିବ। ଏହା ବ୍ୟତୀତ, ନାଲି ଏବଂ ଗାଢ କମଳା ଭଳି ରଙ୍ଗ ମଧ୍ୟ କଳା ସ୍କିନ୍ ଟୋନ୍ ପାଇଁ ଲିପଷ୍ଟିକ୍ ସେଡ୍ ଉତ୍ତମ।

ଭାରତୀୟ ସ୍କିନ୍‌ଟୋନ୍‌ ପାଇଁ ପ୍ରାୟ ସବୁ ପ୍ରକାର ସେଡ୍ସର ଲିପଷ୍ଟିକ୍‌ ଭଲ ଲାଗିଥାଏ। ତେଣୁ ଆପଣ ଚାହିଁଲେ ନିଜ ଆଉଟଫିଟ୍‌କୁ ମ୍ୟାଚ୍‌ କଲା ଭଳି ଲିପ୍‌ଷ୍ଟିକ୍‌ ବାଛି ପାରିବେ। ତଥାପି ଯଦି ବାଛିପାରୁ ନାହାନ୍ତି ତେବେ ବେବି ପିଙ୍କ୍‌, ନ୍ୟୁଡ଼୍‌ ପିଙ୍କ, ହାଲକା ଲାଲ କିମ୍ବା ଲାଇଟ୍‌ ଭାଓଲେଟ୍‌ କଲରର ଲିପ୍‌ଷ୍ଟିକ୍‌ ଲଗାନ୍ତୁ ସୁନ୍ଦର ଲାଗିବେ।

Leave A Reply

Your email address will not be published.