Latest Odisha News

୬୯ ବର୍ଷ ବୟସରେ ଫାଇଟର୍ ଜେଟ୍ ଉଡାଇଥିଲେ ରତନ ଟାଟା… 

ମୁମ୍ବାଇ: ଭାରତର ପ୍ରସିଦ୍ଧ ଶିଳ୍ପପତି ରତନ ଟାଟା ଆଉ ନାହାଁନ୍ତି।କେବଳ ବ୍ୟବସାୟକୁ ଆଗକୁ ବଢ଼ାଇବା ନୁହେଁ ସେ ଫାଇଟର୍ ପ୍ଲେନ୍ ଉଡାଇବାରେ ମଧ୍ୟ ଥିଲେ ପାରଙ୍ଗମ। ବିମାନ ପ୍ରତି ତାଙ୍କର ଏକ ବିଶେଷ ଭଲପାଇବା ଥିଲା। ସେ ଜଣେ ପାଇଲଟ୍ ମଧ୍ୟ ଥିଲେ।

ଫେବୃଆରୀ ୨୦୦୭ରେ ସେ ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ ସମୟରେ ସହ-ପାଇଲଟ୍ ଆମେରିକାର ଯୁଦ୍ଧ ବିମାନ F-16 ରେ ଉଡାଇଥିଲେ। ଏହି ଜେଟକୁ ପଲ୍ ହ୍ୟାଟନଡର୍ଫ ଉଡ଼ାଇଥିଲେ। ହ୍ୟାଟନଡର୍ଫ ଥିଲେ ବିମାନ ନିର୍ମାତା କମ୍ପାନୀ ଲକ୍ହିଡ ମାର୍ଟିନର ଜଣେ ପରୀକ୍ଷଣ ପାଇଲଟ।

ଏହି ସମୟରେ ରତନ ଟାଟାଙ୍କର ବୟସ ୬୯ ବର୍ଷ ହୋଇଥିଲା। ସେ ହେଉଛନ୍ତି F-16 ଫାଲକନ୍ ଯୁଦ୍ଧ ବିମାନ ଉଡ଼ାଇଥିବା ପ୍ରଥମ ଭାରତୀୟ ନାଗରିକ।

 

 

Leave A Reply

Your email address will not be published.