Latest Odisha News

ପାଞ୍ଜିରେ ପୁଣି ତ୍ରୁଟି, ଅଭିଯୋଗ ଆଣିଲେ ପାଞ୍ଜି ସମୀକ୍ଷକ 

ପୁରୀ: ପୁଣି ପାଞ୍ଜିରେ ତ୍ରୁଟି ଅଭିଯୋଗ ଆଣିଲେ ପାଞ୍ଜି ସମୀକ୍ଷକ। ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତ ପାଞ୍ଜିରେ ଏଭଳି ତ୍ରୁଟି ରହିଥିବା ଅଭିଯୋଗ ଆଣିଛନ୍ତି ପାଞ୍ଜି ସମୀକ୍ଷକ।

ଏଥର ସୋମନାଥ ବ୍ରତ ଓ କାର୍ତ୍ତିକ ମାସ ଆରମ୍ଭକୁ ନେଇ ପାଞ୍ଜିରେ ଦ୍ବନ୍ଦ୍ୱ ରହିଛି।ପଣ୍ଡିତ ସଭା ସ୍ବୀକୃତ ପଞ୍ଜିକା ତୃଟି ପୂର୍ଣ୍ଣ ଏବଂ ପାରସ୍ପରିକ ଅମେଳ ଖାଉଥିବା ପ୍ରମାଣ ହୋଇଛି।

ତେବେ ଏହି ପାଞ୍ଜିରେ ଗତ ମହାବିଷୁବ ସଂକ୍ରାନ୍ତି ଚଳିତ ବର୍ଷ ଏପ୍ରିଲ ୧୩ ତାରିଖରେ ପାଳିତ ହୋଇଥିବା ବେଳେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ଵୀକୃତ ପଞ୍ଜିକାରେ ଏହା ୧୪ ତାରିଖ ଥିଲା। ଯାହା ଭୁଲ ବୋଲି କହିଛନ୍ତି ସମୀକ୍ଷକ। ଆହୁରି ମଧ୍ୟ ଚଳିତ ବର୍ଷ ସୋମନାଥ ବ୍ରତର ଓ କାର୍ତ୍ତିକ ବ୍ରତ ଆରମ୍ଭ କୋହିନୂର ପ୍ରେସ ପଞ୍ଜିକାରେ ଅକ୍ଟୋବର ୧୩ ଓ ୧୮ ରହିଥିବା ବେଳେ ରାଧାରମଣ ପ୍ରେସ ପଞ୍ଜିକାରେ ୧୨ ତାରିଖ ଓ ୧୭ ତାରିଖ ଏଵଂ ଜି. ଏନ୍ . ତ୍ରିପାଠୀ ପଞ୍ଜିକାରେ ୧୨ ଓ ୧୮ ତାରିଖ ଦର୍ଶାଯିବା ଯୋଗୁଁ ବ୍ରତାଚାରୀ ମାନେ କେବେ ଏହା ପାଳନ କରିବେ ବର୍ତ୍ତମାନ ଦ୍ଵନ୍ଦରେ ପଡିଛନ୍ତି। ଆଗାମୀ ସରସ୍ବତୀ ପୂଜା ମଧ୍ୟ ଓଡ଼ିଶାରେ ପ୍ରଚଳିତ ପଞ୍ଜିକା ଠାରୁ ପଣ୍ଡିତ ସଭା ସ୍ଵୀକୃତ ପଞ୍ଜିକା ରେ ଭିନ୍ନ ରହିଛି।

ତେବେ ପୂର୍ବରୁ ମଧ୍ୟ ପଣ୍ଡିତ ସଭାର ଏହିଭଳି ତ୍ରୁଟି ରହିଥିଲା ରହିଥିବାରୁ ତାହାର ସ୍ଥାୟୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପଞ୍ଜିକା ଅନୁସାରେ ମିସେଇବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ପଣ୍ଡିତ ସଭାର ସମ୍ପାଦକ ସଭାପତି ନିର୍ଦ୍ଦିଷ୍ଟ ପଞ୍ଜିକାରଙ୍କ ଦ୍ୱାରା ପ୍ରଭାବିତ ହୋଇ ସ୍ବୀକୃତି ଦେଉଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଆନୁକୁଲ୍ୟରେ ଅନୁଷ୍ଠିତ ପଞ୍ଜିକା ସମୀକରଣ ବୈଠକ ପୂର୍ବରୁ ପଞ୍ଜିକା ଛପା ହୋଇଯାଉଛି ବୋଲି ଅଭିଯୋଗ କରିଛନ୍ତି ବିଶିଷ୍ଟ ବ୍ୟକ୍ତି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଵିରୁଦ୍ଧରେ ଗଣନା ତୃଟି ଯୋଗୁଁ ଏହି ଘଟଣା ଏବେ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି।

Leave A Reply

Your email address will not be published.