Latest Odisha News

ଦୋଳିରୁ ପଡି ଦମ୍ପତିଙ୍କ ସହ ନାବାଳକ ଗୁରୁତର

ରାଉରକେଲା: ରାଉରକେଲାର ଟେଲିଫୋନ ଭବନରେ ଶୁକ୍ରବାର ଦିନ ଅଘଟଣ ଘଟିଛି। ଦୋଳିରୁ ପଡି ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଏବଂ ନାବାଳକ ପୁଅ ଗୁରୁତର ଆହତ ହୋଇଛନ୍ତି।

ପରିବାରର ତିନିଜଣ ସଦସ୍ୟଙ୍କୁ ଇସ୍ପାତ୍ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ରାଉରକେଲାସ୍ଥିତ ଟେଲିଫୋନ୍ ଭବନ ପୂଜା ମଣ୍ଡପ ନିକଟରେ ଆୟୋଜିତ ମେଳାରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ।

 

Leave A Reply

Your email address will not be published.