Latest Odisha News

ମଝି ଆକାଶରେ ବିମାନରେ ତ୍ରୁଟି, ବିମାନରେ ୧୪୦ରୁ ଅଧିକ ଯାତ୍ରୀ

ତ୍ରିଚି: ତାମିଲନାଡୁର ତ୍ରିଚିରୁ ଶାରଜାହ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି।ଫଳରେ ବିମାନଟି ଅବତରଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବିମାନଟି ପ୍ରାୟ ଅଢେଇ ଘଣ୍ଟା ଧରି ଆକାଶରେ ଘୂରି ବୁଲିଥିଲା। ବହୁ ପ୍ରଚେଷ୍ଟା ପରେ ବିମାନଟିକୁ ସୁରକ୍ଷିତ ଅବତରଣ କରାଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ୧୪୦ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ AXB613 ସନ୍ଧ୍ୟା ୫ଟା ୪୦ମି.ରେ ତ୍ରିଚିରୁ ଶାରଜାହ ଅଭିମୁଖେ ଯାତ୍ରା କରିଥିଲା। ବିମାନଟି ରନୱେରୁ ଆକାଶରେ ପହଞ୍ଚିବା ମାତ୍ରେ ଏହାର ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ରହିଥିବା ନେଇ ଜଣାପଡିଥିଲା। ଏହା ପରେ ପାଇଲଟ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା ସହ ଏ ସମ୍ପର୍କରେ ବିମାନବନ୍ଦର ଅଧିକାରୀଙ୍କୁ ସୂଚନା ଦେଇଥିଲେ।

Comments are closed.