Latest Odisha News

‘ଅପରେସନ ତ୍ରିଭୁଜ’: କମିଶନରେଟ ପୋଲିସର ନିଆରା ପ୍ରୟାସ

ଭୁବନେଶ୍ବର: ମଣ୍ଡପେ ପୂଜା ପାଉଛନ୍ତି ମା’ ଦଶଭୂଜା । ଏଥିପାଇଁ ଚଳଚଞ୍ଚଳ ଭୁବନେଶ୍ବର ସହର । ମା’ଙ୍କ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ମୁଖ୍ୟତଃ ସନ୍ଧ୍ୟା ପରଠାରୁ ଜାମ୍ ହେଉଛି ଟ୍ରାଫିକ୍ । ଯାହାକୁ ଦୃଷ୍ଟିରେ ରଖି ପୂରା ସଜାଗ ରହିଛି କମିଶନରେଟ ପୋଲିସ୍ । ଏଥିପାଇଁ ଦଶହରା ବେଳେ ଭିଡ଼ ନିୟନ୍ତ୍ରଣ ଓ ଏହା ଉପରେ ନଜର ରଖିବାକୁ କମିଶନରେଟ ପୋଲିସର ଆରମ୍ଭ କରିଛି ‘ଅପରେସନ ତ୍ରିଭୁଜ’ । ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି ପଦକ୍ଷେପ ନିଆଯାଇଥିବା ବେଳେ ଖୁବ୍ ଶୀଘ୍ର ଏହା ଲାଗୁ ମଧ୍ୟ କରାଯିବ ।

ତେବେ ଏହି ଅପରେସନ ତ୍ରିଭୁଜରେ ସ୍ମାର୍ଟ ସିଟି ଲିଭିଟେଡ ପକ୍ଷରୁ ଲାଗିଥିବା ୧ ହଜାର ସିସିଟିଭିକୁ ସର୍ଭେଲାନ୍ସରେ ବ୍ୟବହାର କରାଯାଉଛି । ଏହା ସହିତ ଡ୍ରୋନ କ୍ୟାମରାକୁ ମଧ୍ୟ ଉପଯୋଗ କରୁଛି କମିଶନରେଟ ପୋଲିସ୍ । ଏନେଇ ଗ୍ରାଉଣ୍ଡ ଜିରୋରେ ଏହାର ପରୀକ୍ଷା କରିଛି ବିଭାଗ । ତେବେ ଏବେ ୩ ପ୍ରକାର ବ୍ୟବସ୍ଥା କରି ପୋଲିସ୍ ରାଜଧାନରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଛି । ଯଦି ଏଥିରେ ଅପରେସନ ତ୍ରିଭୁଜ ସାମିଲ ହୁଏ ଏହା ଆହୁରି ସହଜ ହେବ । ଯାହା ଭବିଷ୍ୟତରେ ବହୁଳ ମାତ୍ରାରେ କାର୍ଯ୍ୟକାରୀ କରିବା ନେଇ ସୂଚନା ଦେଇଛନ୍ତି କମିଶନ ରେଟ ପୋଲିସ୍ ।

Leave A Reply

Your email address will not be published.