Latest Odisha News

କାହିଁକି ମିଳିଲାନି ସୁଭଦ୍ରା ଟଙ୍କା? କ’ଣ ରହିଲା ତ୍ରୁଟି…ଜାଣନ୍ତୁ କେମିତି ସୁଧାରିବେ….

ଭୁବନେଶ୍ବର: ଯୋଗ୍ୟ ମହିଳାଙ୍କ ଖାତାକୁ ଯାଇଛି ସୁଭଦ୍ରା ସହାୟତାର ପ୍ରଥମ କିସ୍ତି । ଏହାରି ଭିତରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ମଧ୍ୟ ଶେଷ ହୋଇଛି । ହେଲେ ଏବେ ବି ଅନେକ ମହିଳା ଆବେଦନ କରିଥିଲେ ମଧ୍ୟ ସହାୟତା ପାଇବାରୁ ବଞ୍ଚିତ ରହିଛନ୍ତି । ତେବେ ସେମାନଙ୍କୁ କାହିଁକି ସୁଭଦ୍ରା ମିଳିଲାନି? ସେମାନଙ୍କ ନାଁ କଟିଯାଇଛି ନା ଆଉ କିଛି ତ୍ରୁଟି ରହିଛି? ଯଦି କିଛି ସମସ୍ୟା ରହିଛି ତାହାଲେ କିପରି ସୁଧାରିବେ ? ଏମିତି ଅନେକ କିଛି ଦ୍ବନ୍ଦ୍ବ ଏବେ ସାଧାରଣ ମହିଳାଙ୍କ ମନରେ ଉଙ୍କି ମାରୁଛି । ଯାହାକୁ ନେଇ ଆଜି ବଡ ସୂଚନା ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଆପଣଙ୍କ ସୁଭଦ୍ରା ଆବେଦନରେ କିଛି ତ୍ରୁଟି ରହିଥିବ, କିନ୍ତୁ ଆପଣ ଯୋଗ୍ୟ ବିବେଚିତ ହେଉଥିବେ ତାହାଲେ ଆପଣଙ୍କୁ ବିଭାଗ ପକ୍ଷରୁ କଲ୍ ଯିବ ଏହାକୁ ସୁଧାରିବା ପାଇଁ । ଆପଣ ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ଯଦି ଟଙ୍କା ପାଇନଥିବେ ତାହାଲେ ଆବେଦନରେ ତ୍ରୁଟି କିମ୍ବା କିଛି କମି ଥିଲେ ଫୋନ୍ ଯିବ । ଏନେଇ ବ୍ଲକ ସ୍ତରରେ ଯାଞ୍ଚ ହେବ ଏବଂ ଅଙ୍ଗନବାଡି କର୍ମୀ ଘର ଘର ବୁଲିବେ । ଶେଷ ହିତାଧିକାରୀଟେ ଟଙ୍କା ପାଇବା ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଚାଲୁରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ଏପର୍ଯ୍ୟନ୍ତ ମୋଟ ୧ କୋଟି ୬୦ ହଜାର ମହିଳା ସୁଭଦ୍ରାରେ ସହାୟତାରେ ପାଇଁ ଆବେଦନ କରିସାରିଲେଣି । ତେବେ ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହିତ ଏହି ସହାୟତା ୧ କୋଟିରୁ ଅଧିକ ଲୋକଙ୍କୁ ମିଳିବାକୁ ଥିବା ବେଳେ ଶେଷ ହିତାଧିକାରୀ ଚୟନ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.