Latest Odisha News

ଗୁଗୁଲ ମ୍ୟାପ୍ ଦେଖେଇଲା ଭୁଲ୍ ରାସ୍ତା; ୧୫ ଫୁଟ୍ କୂଅରେ ପଡିଲେ ଦମ୍ପତ୍ତି

କୋଚି: ବର୍ତ୍ତମାନ ସମୟରେ ଗୁଗୁଲ ମ୍ୟାପ୍ ସାଜିଛି ଅଜଣା ସ୍ଥାନର ମୁଖ୍ୟ ଗାଇଡ୍ । ହେଲେ ଏହି ମ୍ୟାପ୍ ଯଦି ଭୁଲ୍ ବାଟ ଦେଖାଏ ତେବେ ହଟହଟା ହେବା ବ୍ୟତୀତ ଆଉ କିଛି ଉପାୟ ନାହିଁ । ହଁ ଏହି ମ୍ୟାପ୍ ଦେଖି ପୂର୍ବରୁ ମଧ୍ୟ ଅନେକ ବହୁ ଅସୁବିଧାର ସ୍ମୁଖୀନ ମଧ୍ୟ ହୋଇଛନ୍ତି । ସେହିପରି ଘଟଣା ପୁଣି ଏକ ସାମ୍ନାକୁ ଆସିଛି ।

କୋଚିରେ ଜିଲ୍ଲାର ପଟ୍ଟିମୈଟମ୍ ନିକଟରେ ଏକ ଦମ୍ପତିଙ୍କ କାର ୧୫ ଫୁଟ୍ ଗଭୀର କୂଅରେ ଖସି ପଡିଲା । ତେବେ ଦୁର୍ଘଟଣାରେ ଦମ୍ପତ୍ତି ଚମତ୍କାର ଭାବରେ ବଞ୍ଚିଛନ୍ତି । ଏନେଇ କୋଚି ପୋଲିସ ସୂଚନା ଦେଇଛି ।

ଘଟଣା ସମ୍ପର୍କରେ ଅଧିକ ବିବରଣୀ ପ୍ରଦାନ କରି ପଟ୍ଟିମୈଟମ୍ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ରାସ୍ତାରେ ଏକ ଗଭୀର କୂଅ ଥିଲା କିନ୍ତୁ ଦମ୍ପତି ଏହା ଜାଣିପାରିଲେ ନାହିଁ । କାରଟି ଯିବାବେଳେ ସେ ଗାଡିର ନିୟନ୍ତ୍ରଣ ହରାଇ ଏକ ଦୋକାନ ସହିତ ମୁହାଁମୁହିଁ ହୋଇ ନିକଟସ୍ଥ କୂଅରେ ଖସିପଡିଥିଲା । ସ୍ୱାମୀ ଏବଂ ସ୍ତ୍ରୀ କାର ଭିତରେ ଥିଲେ । କାର ସହିତ ଉଭୟ ୧୫ ଫୁଟ ଗଭୀର କୂଅରେ ପଡ଼ିଯାଇଥିଲେ । ଏହି ଦୁର୍ଘଟଣାରେ ଉଭୟ ମଧ୍ୟ ଆହତ ହୋଇଛନ୍ତି ।

ସେ କହିଛନ୍ତି ଯେ, କୂଅରେ ପାଣି କମ୍ ଥିବାରୁ ଦମ୍ପତି କାରର ପଛ ଦ୍ୱାର ଦେଇ ନିରାପଦରେ ବାହାରକୁ ଯାଇପାରିଥିଲେ । ଉଦ୍ଧାରକାରୀ ଦଳ ଆସିବା ପର୍ଯ୍ୟନ୍ତ ସେମାନେ କୂଅ ଭିତରେ ଠିଆ ହୋଇଥିଲେ । ସ୍ଥାନୀୟ ଲୋକ ଓ ଉଦ୍ଧାର ଅଧିକାରୀ ଉଭୟଙ୍କୁ କୂଅ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.