Latest Odisha News

ଏସିଆନ ମହିଳା ଚାମ୍ପିୟନ୍ସ ଲିଗ ଫୁଟବଲ: ଓଡିଶା ଏଫସିର ଅଭିଯାନ ଶେଷ

ଭୁବନେଶ୍ୱର: ଏସିଆନ ମହିଳା ଚାମ୍ପିୟନ୍ସ ଲିଗ ଫୁଟବଲରେ ଓଡିଶା ଏଫସିର ଅଭିଯାନ ଶେଷ ହୋଇଛି । ହୋଚମିନ ସିଟିର ଥୋଙ୍ଗ ନାଟ ଷ୍ଟାଡିୟମରେ ଅନୁଷ୍ଠିତ ଚାଇନିଜ ତାଇପେର ଟାଇଚୁଙ୍ଗ ବ୍ଲୁ ହ୍ୱେଲ ୪-୦ ଗୋଲରେ ଓଡିଶା ଏଫସିକୁ ସହଜରେ ପରାସ୍ତ କରିଛି । ପ୍ରଥମାର୍ଦ୍ଧରେ ଟାଇଚୁଙ୍ଗ ଟିମ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ମଧ୍ୟ ଓଡିଶା ଏଫସିର ଡିଫେଣ୍ଡର ଭଲ ପ୍ରଦର୍ଶନ କରିଥିଲେ । ୪୦ତମ ମିନିଟରେ ଚେନ ଜିନ ୱେନ ପ୍ରଥମ ଗୋଲଟି ସ୍କୋର କରିଥିଲେ । ଏହା ପରେ ଓଡିଶା ଏଫସି ଟିମ ବିପକ୍ଷ ଦଳର ରଣନୀତିକୁ ଭେଦ କରିପାରି ନ ଥିଲା ।

ବିପକ୍ଷ ଦଳ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଆଉ ଗୋଟିଏ ଗୋଲ ସ୍କୋର କର ୨-୦ର ଅଗ୍ରଣୀ ହାସଲ କରି ନେଇଥିଲା । ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଟାଇଚୁଙ୍ଗ ଟିମ ଆଉ ୨ଟି ଗୋଲ ଦେଇଥିଲା । ଓଡିଶା ଏଫସି ଗୋଲ ସ୍କୋcର କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ପରାଜୟ ସତ୍ୱେ ଓଡିଶା ଏଫସି ଏହି ମୁକାବିଲାରୁ ଅନେକ ଅଭିଜ୍ଞତା ହାସଲ କରିବାରେ ସଫଳ ହୋଇଛି । ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ଏବେ ଟିମ ଇଣ୍ଡିଆନ ଓମେନ ଲିଗ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ।

Leave A Reply

Your email address will not be published.