Latest Odisha News

ହକି ଇଣ୍ଡିଆ ଲିଗ: ୪୮ ଲକ୍ଷରେ ଅମିତ ରୋହିଦାସଙ୍କୁ ନେଲା ତାମିଲନାଡୁ ଡ୍ରାଗନ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗର ଖେଳାଳି ନିଲାମ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଓଡିଶାର ଷ୍ଟାର ଖେଳାଳି ଅମିତ ରୋହୀଦାସଙ୍କୁ ଏହି ନିଲାମରେ ୪୮ ଲକ୍ଷ ପ୍ରାଇସରେ ତାମିଲନାଡୁ ଡ୍ରାଗନ୍ସ ନେଇଛି । ଏହି ସଂସ୍କରଣରେ ଡିଫେଣ୍ଡର ଅମିତ ଚେନ୍ନାଇର ତାମିଲନାଡୁ ଡ୍ରାଗନ୍ସ ପକ୍ଷରୁ ଖେଳିବେ । ବର୍ତମାନ ସୁଦ୍ଧା ଟିମଇଣ୍ଡିଆ ଅଧିନାୟକ ହରମନପ୍ରୀତ ସିଂ ସବୁଠାରୁ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି । ତାଙ୍କୁ ସୁରମା ହକି କ୍ଲବ ୭୮ ଲକ୍ଷରେ କିଣିଛି ।ଅଭିଷେକଙ୍କୁ ରାହର ବେଙ୍ଗଲ ଟାଇଗର୍ସ ୭୨ ଲକ୍ଷରେ ଏବଂ ହାର୍ଦ୍ଦିକ ସିଂଙ୍କୁ ୟୁପି ରାଇଡର୍ସ ୭୦ ଲକ୍ଷରେ କ୍ରୟ କରିଛି । ବେଙ୍ଗଲ ଟାଇଗର ଯୁଗରାଜ ସିଂଙ୍କୁ ୪୮ ଲକ୍ଷରେ ନେଇଛି ।

ଏହି ନିଲାମୀ ପ୍ରକ୍ରିୟାରେ ୪୦୦ରୁ ଊର୍ଦ୍ଧ୍ୱ ପୁରୁଷ ଘରୋଇ ଏବଂ ୧୫୦ରୁ ଊର୍ଦ୍ଧ୍ୱ ବିଦେଶୀ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସେହିପରି ୨୫୦ରୁ ଊର୍ଦ୍ଧ୍ୱ ମହିଳା ଘରୋଇ ଓ ୭୦ରୁ ଊର୍ଦ୍ଧ୍ୱ ବିଦେଶୀ ଖେଳାଳିଙ୍କୁ ନେଇ ନିଲାମ ପ୍ରକ୍ରିୟା ହେବ। ନାମ ପଞ୍ଜୀକୃତ କରିଥିବା ଖେଳାଳିଙ୍କୁ ୩ ବର୍ଗରେ ବିଭକ୍ତ କରାଯାଇ ୨ ଲକ୍ଷ, ୫ ଲକ୍ଷ ଓ ୧୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ ରଖାଯାଇଛି। ୬୦୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍ ପ୍ରାଇସ୍ ୬ ଲକ୍ଷ ରହିବ ।

ସେହିପରି ୨୫୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍ ପ୍ରାଇସ ୫ ଲକ୍ଷ ଓ ଅନ୍ୟ ୨୫୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ବେସ୍ ପ୍ରାଇସ୍ ୧୦ ଲକ୍ଷ ରହିବ। ୧୩ ଓ ୧୪ ତାରିଖରେ ପୁରୁଷ ଖେଳାଳି ନିଲାମ ପ୍ରକ୍ରିୟା ହେଉଥିବା ବେଳେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ମହିଳା ହକି ଲିଗ୍ ପାଇଁ ଖେଳାଳି ନିଲାମ ୧୫ ତାରିଖରେ ଅନୁଷ୍ଠିତ ହେବ।

Leave A Reply

Your email address will not be published.