Latest Odisha News

ଧୋନୀଙ୍କ ରେକର୍ଡ ଭାଙ୍ଗିବେ କୋହଲି

ବେଙ୍ଗାଲୁର: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି । ଏହି ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ମହେନ୍ଦ୍ର ସିଂ ଧୋନୀ ଓ କୋହଲି ୫୩୫ ଲେଖାଏଁ ମ୍ୟାଚ ଖେଳିଛନ୍ତି । କୋହଲି ପଡିଆରେ ପାଦ ଦେବା ମାତ୍ରେ ସେ ଧୋନୀଙ୍କ ରେକର୍ଡ ଭଙ୍ଗ କରିବେ । ଏଥିସହ ସେ ଭାରତ ପକ୍ଷରୁ ସର୍ବାଧିକ ଆନ୍ତର୍ଜାତୀୟ କ୍ରିକେଟ ଖେଳିବାରେ ଦ୍ୱିତୀୟ ସ୍ଥାନରେ ରହିବେ ।

ଧୋନୀ ତୃତୀୟ ସ୍ଥାନକୁ ଖସିଯିବେ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବେ ବି ଶୀର୍ଷ ସ୍ଥାନରେ ରହିଛନ୍ତି । ସେ ୩ଟି ଯାକ ଫର୍ମାଟରେ ୬୬୪ ମ୍ୟାଚ ଖେଳିଛନ୍ତି । ରାହୁଲ ଡ୍ରାଭିଡ ୫୦୪ ମ୍ୟାଚ ସହ ଧୋନୀଙ୍କ ପଛରେ ରହିଛନ୍ତି । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପ ୨୦୨୪ ପରେ କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଥିଲେ । ତେବେ ସେ ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି ।

Leave A Reply

Your email address will not be published.