Latest Odisha News

BREAKING NEWS

୩ ଦିନ ମଧ୍ୟରେ ୧୨ ଏୟାରଲାଇନ୍ସକୁ ବୋମା ଧମକ

ବେଙ୍ଗାଲୁରୁ: ଆକାସା ଏୟାର ଲାଇନ୍ସର ବିମାନ ନମ୍ବର QP1335 ରେ ବୋମା ଧମକ। ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏହି ବିମାନକୁ ପୁଣିଥରେ ଫେରିବାକୁ ପଡିଥିଲା। ଏହି ବିମାନରେ ୧୮୪ଜଣ ଯାତ୍ରୀ ଥିଲେ।

ସୂଚନା ଅନୁଯାୟୀ, ପ୍ରାୟ ତିନି ଦିନ ମଧ୍ୟରେ ବିମାନରେ ବୋମା ଥିବା ଧମକ ନେଇ ୧୨ଟି ଘଟଣା ସାମ୍ନାକୁ ଆସିଛି। ଏହାର କିଛି ସମୟ ପୂର୍ବରୁ ମୁମ୍ବାଇରୁ ଦିଲ୍ଲୀକୁ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ସମାନ ଧମକ ମିଳିବା ପରେ ଫ୍ଲାଇଟକୁ ଅହମ୍ମଦାବାଦ ଡାଇଭର୍ଟ କରିବାକୁ ପଡ଼ିଥିଲା। ତେବେ ଆକାସା ଏୟାରଲାଇନ୍ସ ଏୟାରଲାଇନ୍ସକୁ ସୋସିଆଲ ମିଡିଆ ମାଧ୍ୟମରେ ବୋମା ନେଇ ସୂଚନା ମିଳିଥିଲା।

 

 

Leave A Reply

Your email address will not be published.