Latest Odisha News

BREAKING NEWS

ଦଶହରାର ୨୧ ଦିନ ପରେ କାହିଁକି ପାଳନ କରାଯାଏ ଦୀପାବଳି? ଜାଣନ୍ତୁ କଣ କହୁଛି ଗୁଗୁଲ ମ୍ୟାପ

ନୂଆଦିଲ୍ଲୀ: ଶ୍ରୀ ରାମ କାଳ୍ପନିକ, ଏହି ଅଭିଯୋଗର ବିପରୀତରେ ଏପରି ଅନେକ ପ୍ରମାଣ ଅଛି ଯାହା ତାଙ୍କ ଅସ୍ତିତ୍ୱକୁ ପ୍ରମାଣ କରେ । ଦୀର୍ଘ ୫୦୦ ବର୍ଷ ପରେ ଅଯୋଧ୍ୟାରେ ନିର୍ମାଣ ହୋଇଛି ଭବ୍ୟ ରାମ ମନ୍ଦିର । କିନ୍ତୁ ବିଶେଷ କଥା ହେଉଛି ଯେ, ରାମାୟଣକୁ କାଳ୍ପନିକ କହୁଥିବା ଲୋକମାନଙ୍କୁ ଏବେ ଗୁଗୁଲ୍ ମ୍ୟାପ୍ ବି ଜବାବ ଦେଇଛି ।

ରାମାୟଣରେ ବର୍ଣ୍ଣନା ହୋଇଛି ଯେ, ଲଙ୍କାର ରାଜାଧିପତି ରାବଣ କବଳରୁ ମା’ ସୀତାଙ୍କୁ ମୁକ୍ତ କରିବାର ୨୧ ଦିନ ପରେ ଶ୍ରୀ ରାମ ଅଯୋଧ୍ୟାରେ ପହଂଚିଥିଲେ l ଶ୍ରୀ ରାମ ଲଙ୍କାରୁ ୨୧ ଦିନରେ ଅଯୋଧ୍ୟା ପହଂଚିବା ପରେ ଅଯୋଧ୍ୟାବାସୀ ଦୀପ ଜାଳି ତାଙ୍କୁ ସ୍ୱାଗତ କରିଥିଲେ । ପୁରାଣରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି ଯେ ଶ୍ରୀ ରାମଙ୍କୁ ଲଙ୍କାରୁ ଅଯୋଧ୍ୟାରେ ପହଞ୍ଚିବାକୁ ୨୧ ଦିନ ସମୟ ଲାଗିଥିଲା । ଏବେ ଗୁଗୁଲ ମ୍ୟାପ ମଧ୍ୟ ସମାନ କଥା ଦେଖାଉଛି l ଗୁଗୁଲ୍ ମ୍ୟାପ୍ ଅନୁସାରେ ଲଙ୍କାରୁ ଅଯୋଧ୍ୟା ପହଂଚିବାକୁ ମାତ୍ର ୨୧ ଦିନ ସମୟ ଲାଗୁଛି l ଲଙ୍କାର ରାଜଧାନୀରୁ ଅଯୋଧ୍ୟା ପର୍ଯ୍ୟନ୍ତ ୩,୧୨୫.୬ କିଲୋମିଟର ଦୂରତା ଦେଖାଉଛି ଗୁଗୁଲ ମ୍ୟାପ l ସମୟ ଅନୁସାରେ ଦେଖିବାକୁ ଗଲେ ୫୪୨ ଘଣ୍ଟା l ଅର୍ଥାତ ୨୧ ଦିନ ୧୦ ଘଣ୍ଟା ।

ସୂଚନା ଅନୁସାରେ, ଗତ ଅକ୍ଟୋବର ୧୨ ତାରିଖରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ମୁକୁଲ ଦେଖାନେ l ଦଶହରାର ୨୧ ଦିନ ପରେ କାହିଁକି ଦୀପାବଳି ପାଳନ କରାଯାଏ l ସୋସିଆଲ ମିଡିଆରେ ମୁକୁଲ ଦେଖାନେ ଗୁଗୁଲ ମ୍ୟାପ ସେୟାର କରି ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି l ସେ ପୋଷ୍ଟରେ ଲେଖିଛନ୍ତି ଯେ, ଦଶହରାର ୨୧ ଦିନ ପରେ ଦୀପାବଳି କାହିଁକି ପାଳନ କରାଯାଏ? ମୋତେ କୁହାଯାଇଥିଲା ଯେ ଶ୍ରୀ ରାମଙ୍କୁ ଲଙ୍କାରୁ ଅଯୋଧ୍ୟାକୁ ଫେରିବା ପାଇଁ ୨୧ ଦିନ ଲାଗିଥିଲା । ଯେତେବେଳେ ମୁଁ ଏହାକୁ ଗୁଗୁଲ୍ ମ୍ୟାପରେ ଚେକ୍ କଲି, ମୁଁ ନିଜେ ଆଶ୍ଚର୍ଯ୍ୟ ହୋଇଗଲି । କାରଣ ମ୍ୟାପରେ ମଧ୍ୟ ଏହା ଦର୍ଶାଯାଇଛି ଯେ ଲଙ୍କାରୁ ଅଯୋଧ୍ୟା ଯିବାକୁ ୨୧ ଦିନ ସମୟ ଲାଗିବ l ଶ୍ରୀ ରାମ ଏହି ପୃଥିବୀରେ ଥିଲେ । କେବଳ ଏତିକି ନୁହେଁ, ଶ୍ରୀ ରାମଙ୍କୁ ସ୍ୱଳ୍ପ ସମୟରେ କିଭଳି ପହଂଚିହେବ ସେ ମାର୍ଗ ମଧ୍ୟ ଜଣାଥିଲା ବୋଲି କହିଛନ୍ତି ମୁକୁଲ ଦେଖାନେ l

 

Leave A Reply

Your email address will not be published.