Latest Odisha News

BREAKING NEWS

ସଲମାନ ଖାନଙ୍କୁ ମାରିବାକୁ ରଚିଥିଲା ଯୋଜନା, ମାଡି ବସିଲା ମୁମ୍ବାଇ ପୋଲିସ୍

ମୁମ୍ବାଇ: ପୋଲିସ୍ ପଞ୍ଝାରେ ପଡିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପ ସୁଟର୍‌ । ହରିୟାଣା ପାନିପତ୍‌ରୁ ଗିରଫ କରିଛି ମୁମ୍ବାଇ ପୋଲିସ । ତେବେ ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ଘର ଉପରକୁ ଗୁଳିମାଡ଼ ଘଟଣାରେ ସାର୍ପ ସୁଟର ସୁଖାକୁ ବାନ୍ଧିଛି ପୋଲିସ୍ ।

ତେବେ ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ବଲିଉଡ୍ ସିନେତାରକା ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । କାଳେ ଲରେନ୍ସ ବିଷ୍ଣୋଇ ଗାଙ୍ଗ ସଲମାନଙ୍କ ଲିଙ୍କ ନେଇ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ ଏହା ପୂର୍ବରୁ ସଲମାନଙ୍କୁ ମଧ୍ୟ ଅନେକ ଥର ହତ୍ୟା ଧମକ ଦିଆଯାଇଥିବା ବେଳେ ଏହି ବର୍ଷ ଜୁନ୍ରେ ତାଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘର ଉପରକୁ ଗୁଳି ଚାଳନା ହୋଇଥିବା ପୋଲିସ୍ ଦାବି କରିଥିଲା । ଏହି ଘଟଣାରେ ବୁଧବାର ମୁଖ୍ୟ ଅଭିଯୁକ୍ତି ସାର୍ପ ସୁଟର ସୁଖାକୁ ମୁମ୍ବାଇ ପୋଲିସ୍ ହରିୟାଣା ପାନିପଥରୁ ଗିରଫ କରିଛି । ତେବେ ପୋଲିସ୍ କବଳରୁ ବଞ୍ଚିବା ପାଇଁ ବେଶ ବଦଳାଇ ବୁଲୁଥିଲା ସୁଖା । ଯାହାକୁ ଗିରଫ କରି ପୋଲିସ୍ ନଭି ମୁମ୍ବାଇ ଆଣିଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇପାରେ ।

Leave A Reply

Your email address will not be published.