Latest Odisha News

ଅଗରତାଲା-ଲୋକମାନ୍ଯ ତିଲକ ଏକ୍ସପ୍ରେସର ୮ କୋଚ୍ ଲାଇନଚ୍ୟୁତ

ଅଗରତାଲା: ଆସାମର ଦିବାଲୋଙ୍ଗ ଷ୍ଟେସନରେ ଅଗରତାଲା-ଲୋକମାନ୍ଯ ତିଲକ ଏକ୍ସପ୍ରେସ ଦିନ ପ୍ରାୟ ୩ଟା ୫୫ମି.ରେ ଲାଇନଚ୍ୟୁତ୍ ହୋଇଛି।

ଖବର ଅନୁଯାୟୀ, ଇଞ୍ଜିନ ସମେତ ୮ଟି କୋଚ୍ ଲାଇନଚ୍ୟୁତ୍ ହୋଇପଡିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୁମଡିଙ୍ଗ ଡିଭିଜନ୍ ଅନ୍ତର୍ଗତ ଲୁମଡିଙ୍ଗ ବଡରପୁର ହିଲ୍ ସେକ୍ସନର ଦିବାଲୋଙ୍ଗ ଷ୍ଟେସନରେ ଅଗରତାଲା-ଲୋକମାନ୍ଯ ତିଲକ ଏକ୍ସପ୍ରେସର ଲାଇନଚ୍ୟୁତ ହୋଇଛି।

ଟ୍ରେନର ପାୱାର କାର ଏବଂ ଇଞ୍ଜିନ ସମେତ ୮ଟି କୋଚ ଲାଇନଚ୍ୟୁତ ହୋଇପଡିଥିଲା। ରେଳ ଅଧିକାରୀ ଏବଂ ପୋଲିସର ଏକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଲ ଡିଭିଜନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି।

ଲୁମଡିଙ୍ଗ ବଦରପୁର ସିଙ୍ଗଲ ଲାଇନ ସେକ୍ସନରେ ଟ୍ରେନ ଦୁର୍ଘଟଣା ପରେ ଟ୍ରେନ ଚଳାଚଳ ସ୍ଥଗିତ ରହିଛି।

 

Leave A Reply

Your email address will not be published.