Latest Odisha News

BREAKING NEWS

ନାନ୍ଦେଡ଼ ଲୋକସଭା ଉପନିର୍ବାଚନ: ମୈଦାନକୁ ଓହ୍ଲାଇ ପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନାନ୍ଦେଡ଼ ଲୋକସଭା ଆସନ ପାଇଁ ହେବ ଉପନିର୍ବାଚନ। ସରଗରମ ହୋଇଛି ରାଜନୈତିକ ପାଣିପାଗ । ଏହି ଅସନକୁ ହାଇପ୍ରୋଫାଇଲ କରିବାକୁ ଯୋଜନା କରୁଛି ବିଜେପି।  ସୂତ୍ର ଅନୁସାରେ ଏହି ଆସନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ଅଶୋକ ଚୌହାନ ମୈଦାନକୁ ଓହ୍ଲାଇ ପାରନ୍ତି ।

ପ୍ରକାଶଯୋଗ୍ୟ, ଅଶୋକ ଚୌହାନ କିଛି ମାସ ପୂର୍ବେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ପରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିଲା । ନାନ୍ଦେଡ଼କୁ ଅଶୋକ ଚୌହାନଙ୍କ ଗଡ଼ ବୋଲି କୁହାଯାଉଥିବାରୁ ଏହି ଆସନରେ ବିଜେପି ବିଜୟର ଆଶା ରଖିଛି। ଏହି ଆସନରୁ କଂଗ୍ରେସ  ପୂର୍ବତନ ସାଂସଦ ବସନ୍ତ ଚୌହାନଙ୍କ ପୁଅ ରବୀନ୍ଦ୍ର ଚୌହାନଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଲୋକସଭା ନିର୍ବାଚନ ପୂର୍ବରୁ ଅଶୋକ ଚୌହାନ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଏହାସହ ତାଙ୍କର ଅନେକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.