Latest Odisha News

BREAKING NEWS

ଭୟଙ୍କର ହେଉଛି ଦିଲ୍ଲୀ ବାୟୁ ପ୍ରଦୂଷଣ, ୧୩ଟି ହଟ୍‌ସ୍ପଟ୍‌ ସ୍ଥାନ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ। ବିଷ ବଳୟରେ ପୁରା ରାଜଧାନୀ ଦିଲ୍ଲୀ । ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦୀପାବଳି ପୂର୍ବରୁ ଡରାଇଲାଣି ପ୍ରଦୂଷଣ। ଦାପାବଳି ବେଳକୁ ଦିଲ୍ଲୀର ବାୟୁ ସ୍ଥିତି ଅଧିକ ଖରାପ ହେବ ବୋଲି ଆକଳ କରାଯାଉଛି। ଏବେଠାରୁ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀ ବାସୀ ଏବଂ ସରକାର।

ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମିଛି, ଶ୍ବାସକ୍ରିୟାରେ ବି କଷ୍ଟ ହେଉଛି । ଆଖି ଜଳିବା ସହ ହେଲାଣି ଗଳାରେ ଯନ୍ତ୍ରଣା। ଶନିବାର ସକାଳୁ ସକାଳୁ ଦିଲ୍ଲୀ ଓ ଏନ୍‌ସିଆର୍‌ର ସହରଗୁଡିକର ଏଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି। ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ ପାର୍‌ ହୋଇଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀର AQI ଶନିବାର ୨୭୪ରେ ପହଞ୍ଚିଛି। ସେହିପରି ୧୩ଟି ହଟ୍‌ସ୍ପଟ୍‌ ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠି ବାୟୁର ଗୁଣବତ୍ତା ଅତି ନିମ୍ନସ୍ତରକୁ ଚାଲିଯାଇଥିବା ରେକର୍ଡ ହୋଇଛି।

ଆଗକୁ ପରିସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ରବିବାର ସୁଦ୍ଧା ସହହର ଏୟାର କ୍ୱାଲିଟି ଇଣ୍ଡେକ୍ସ ତଥା AQI ଅତ୍ୟନ୍ତ ନିମ୍ନସ୍ତରକୁ ପହଞ୍ଚିବା ସମ୍ଭାବନା ରହିଛି। ଦିଲ୍ଲୀର ମୁଣ୍ଡକାରେ ସବୁଠୁ ଖରାପ ରହିଛି ବାୟୁର ଗୁଣବତ୍ତା। ଏଠାରେ AQI ୩୭୨ ରହିଛି। ସେହିପରି ବବାନାରେ ୩୬୬, ଜାହାଙ୍ଗିରପୁରିରେ ୩୫୩, ଦ୍ୱାରକାରେ ୩୪୩, ଆନନ୍ଦ ବିହାରରେ ୩୩୪ ଥିବା ରେକର୍ଡ କରାଯାଇଛି। ଏହାବ୍ୟତୀତ ନୋଏଡାରେ ୨୨୬ ଓ ଫରିଦାବାଦର AQI ୨୦୯ ରେକର୍ଡ ହୋଇଛି।

Leave A Reply

Your email address will not be published.