Latest Odisha News

BREAKING NEWS

ରାଜଧାନୀରେ ଚାଲିଥିଲା ସ୍ପା ନାଁରେ ସେକ୍ସ ରାକେଟ୍

ଭୁବନେଶ୍ବର: ରାଜଧାନୀରେ ଫିଟିଲା ସେକ୍ସ ରାକେଟର କଳା କାର୍ଣ୍ଣାମା । ରାଜଧାନୀ ଭୁବନେଶ୍ୱରରେ ଏକ ସେଲୁନ୍ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ୍ ।  ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସର ରେଡ୍ ପରେ ଏଭଳି କାଣ୍ଡ ସାମ୍ନାକୁ ଆସିଛି ।

ତେବେ ରବି ଟକିଜ୍ ସ୍ଥିତ ସ୍ପାରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେବା ପରେ ବଡଗଡ ପୋଲିସ୍ ଉକ୍ତି ସ୍ପା ଉପରେ ଚଢାଉ କରିଥିଲା । ଚଢାଉ ପରେ ସେଠାରେ ସେକ୍ସ ରାକେଟ୍ ଠାବ କରିଥିଲା ପୋଲିସ୍ । ଏଥିସହିତ ଜଣେ ଯୁବକ ଧରାପଡିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ତେବେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ଆସିଥଇବା ବେଳେ ତାଙ୍କୁ ସ୍ପା ମାଲିକ ବାଡିଆବାଡି କରିଥିବାରୁ ସେ ଆହତ ହୋଇଥିବା ସୂଚନା ମିଳୁଛି ।

Leave A Reply

Your email address will not be published.