Latest Odisha News

BREAKING NEWS

ପ୍ରଥମ ଥର କରୱା ଚଉଥ୍ ପାଳିବେ ବଲିଉଡର ଏହି ୭ ଅଭିନେତ୍ରୀ

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର ୨୦ ଅର୍ଥାତ ଆସନ୍ତାକାଲି ପଡୁଛି କରୱା ଚଉଥ୍ l ବିବାହିତା ମହିଳାମାନେ ତାଙ୍କ ସ୍ୱାମୀଙ୍କ ପାଇଁ ଶୁଭମନାସୀ ଉପାସ କରିବେ l ରାତିରେ ଚନ୍ଦ୍ରଙ୍କ ଦର୍ଶନ କରିବା ପରେ ସ୍ୱାମୀଙ୍କ ହାତରୁ ପାଣି ପି ଉପାସ ଖୋଲିବେ ବିବାହିତ l କେବଳ ସାଧାରଣ ମହିଳାମାନେ ନୁହେଁ ବରଂ ଏହି ପୂଜା ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ ମାନେ କରିବେ l ତେବେ ଚଳିତ ବର୍ଷ ଅନେକ ବଲିଉଡ ଅଭିନେତ୍ରୀଙ୍କର ବିବାହ ହୋଇଛି l ସେହି ନବବିବାହିତା ଅଭିନେତ୍ରୀ ମାନେ ପ୍ରଥମ ଥର ପାଇଁ ନିଜ ସ୍ୱାମୀଙ୍କ ଶୁଭମନାସୀ ଏହି ବ୍ରତ କରିବେ l ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଅଭିନେତ୍ରୀ ପ୍ରଥମ ଥର ପାଇଁ ଚଳିତ ବର୍ଷ କରୱା ଚଉଥ୍ ବ୍ରତ ପାଳନ କରିବେ l

ତାପସୀ ପନ୍ନୁ: ବହୁ ବର୍ଷ ଧରି ଡେଟିଂ କରିବା ପରେ ଚଳିତ ବର୍ଷ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ସ୍ୱାମୀ ମାଥିଆସଙ୍କୁ ଗୁପ୍ତ ଭାବରେ ବିବାହ କରିଥିଲେ। ମାଥିଆସ୍ ଡେନମାର୍କର ବାସିନ୍ଧା । ଚଳିତ ବର୍ଷ ଅଭିନେତ୍ରୀ ଜଣଙ୍କ ପ୍ରଥମ ଥର ପାଇଁ ସ୍ୱାମୀଙ୍କ ପାଇଁ କରୱା ଚଉଥ୍ ପାଳନ କରିବେ l

କ୍ରିତି ଖରବନ୍ଦା: କ୍ରିତି ଖରବନ୍ଦା ଚଳିତ ବର୍ଷ ମାର୍ଚ୍ଚରେ ଅଭିନେତା ପୁଲକିତ ସମ୍ରାଟଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା ​​l ଆସନ୍ତାକାଲି ଅଭିନେତ୍ରୀ ସ୍ୱାମୀ ପୁଲକିତଙ୍କ ପାଇଁ ପ୍ରଥମ ଥର କରୱା ଚଉଥ୍ ଉପବାସ କରିବେ l

ରକୁଲ ପ୍ରୀତ ସିଂ: ଚଳିତ ବର୍ଷ ଫେବୃଆରୀରେ ବେଶ ଧୂମଧାମରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ l ସେ ମଧ୍ୟ ଆସନ୍ତାକାଲି ପ୍ରଥମ ଥର ସ୍ୱାମୀ ଜ୍ୟାକିଙ୍କ ପାଇଁ କରୱା ଚଉଥ୍ ଉପବାସ କରିବେ l

ଅଦିତି ରାଓ ହାଇଦରୀ: ଚଳିତ ବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଅଦିତି ତାଙ୍କ ପ୍ରେମିକ ଅଭିନେତା ସିଦ୍ଧାର୍ଥ ବିବାହ କରିଥିଲେ l 400 ବର୍ଷ ପୁରୁଣା ଏକ ମନ୍ଦିରରେ ସମସ୍ତ ରୀତିନୀତି ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଦମ୍ପତି l ଏବେ ଅଦିତି ମଧ୍ୟ ଆସନ୍ତାକାଲି ତାଙ୍କ ସ୍ୱାମୀଙ୍କ ପାଇଁ ପ୍ରଥମ କରୱା ଚଉଥ୍ ବ୍ରତ ପାଳନ କରିବେ l

ସୋନାକ୍ଷୀ ସିହ୍ନା: ବିବାହ ପରେ ଏହା ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କର ପ୍ରଥମ ଉପବାସ l ସୋନାକ୍ଷୀ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ଚଳିତ ବର୍ଷ ଜୁନ୍ ୨୩ ରେ ଜହିର ଇକବାଲଙ୍କୁ ବିବାହ କରିଥିଲେ।

ରାଧିକା ମର୍ଚାଣ୍ଟ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନ ବୋହୂ ରାଧିକା ମର୍ଚାଣ୍ଟ ମଧ୍ୟ ତାଙ୍କ ସ୍ୱାମୀ ଅନନ୍ତଙ୍କ ଦୀର୍ଘ ଜୀବନ ପାଇଁ ଚଳିତ ବର୍ଷ ପ୍ରଥମ ଥର କରୱା ଚଉଥ୍ ଉପବାସ କରିବାକୁ ଯାଉଛନ୍ତି।

ସୁରଭି ଚନ୍ଦନା: ସୁରଭି ଚନ୍ଦନା ଜଣେ ଜଣାଶୁଣା ଟିଭି ଅଭିନେତ୍ରୀ। ଅଭିନେତ୍ରୀଙ୍କ ବିବାହ ପୋଷାକ ତାଙ୍କ ପ୍ରଶଂସକଙ୍କ ଏତେ ମାତ୍ର ରେ ପସନ୍ଦ ଆସିଥିଲା ଯେ ଅନେକ ଲୋକ ତାଙ୍କ ଆଉଟଫିଟକୁ ମଧ୍ୟ କପି କରିଥିଲେ l ଆସନ୍ତାକାଲି ସେ ମଧ୍ୟ ତାଙ୍କର ପ୍ରଥମ କରୱା ଚଉଥ୍ ପାଳନ କରିବାକୁ ଯାଉଛନ୍ତି l

 

Leave A Reply

Your email address will not be published.