Latest Odisha News

ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ, ଅଳ୍ପକେ ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ । ଆଜି ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳ ସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ କ୍ୟାମ୍ପସ ବାହାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ କିଛି ସମୟ ପାଇଁ ଧୂଆଁମୟ ହୋଇଯାଇଥିଲା ପରିବେଶ । ତେବେ ବିସ୍ଫୋରଣ ପରେ ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଥିବା ବେଳେ କ’ଣ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ସେନେଇ କିଛି ସ୍ପଷ୍ଟିକରଣ ମିଳିପାରିନାହିଁ ।

ସେପଟେ ଖବରପାଇ ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ୍ ପହଞ୍ଚି ତନାଘନା ଆରମ୍ଭ କରିଛି । ଏଥିସହ ଏଫଏସଏଲ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କି ଘଟଣା ସ୍ଥଳରେ ଏ ପର୍ଯ୍ୟନ୍ତ ବି କିଛି ସନ୍ଧିଗ୍ଧ ମିଳିନାହିଁ । କେମିତି ଆଉ କେଉଁ ବସ୍ତୁରୁ ଏତେ ଭୟଙ୍କର ବିସ୍ଫୋରଣ ଘଟିଲା ସେନେଇ ମଧ୍ୟ କୌଣସି କାରଣ ଜଣାପଡିନାହିଁ । ତେବେ ସକାଳ ସମୟ ହୋଇଥିବାରୁ ଏହି ଘଟଣାରେ ସୌଭାଗ୍ୟବଶତଃ କେହି ମୃତାହତ ହୋଇନଥିବା ବେଳେ ବିସ୍ଫୋରଣ ହୋଇଥିବା ସ୍ଥାନରେ ଥିବା କିଛି ଘର ଓ ଗାଡି କ୍ଷତିଗ୍ରସ୍ତ ହୋଇଛି ।

Comments are closed.