Latest Odisha News

ଡାକ୍ତରଙ୍କ ସମେତ ୭ଜଣଙ୍କୁ ଆତଙ୍କବାଦୀଙ୍କ ହତ୍ୟା, ବାହାର ରାଜ୍ୟର ଲୋକଙ୍କୁ କରାଯାଉଛି ଟାର୍ଗେଟ୍‌ କିଲିଙ୍ଗ୍‌

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ଆତଙ୍କବାଦୀ ହମଲା। ଏଥିରେ ଜଣେ ଡାକ୍ତରଙ୍କ ସମେତ ୭ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ଘୃଣ୍ୟ କାର୍ଯ୍ୟରେ ସମ୍ପୃକ୍ତ ଥିବା ଲୋକଙ୍କୁ ଏଥିରୁ ରକ୍ଷା କରାଯିବ ନାହିଁ। ସେମାନଙ୍କୁ ସୁରକ୍ଷା ବାହିନୀର ତୀବ୍ର ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିବ।

ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ଗୃହମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସେ ପ୍ରାର୍ଥନା କରିଛନ୍ତି। ସୂଚନା ଅନୁସାରେ ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ, ଆତଙ୍କବାଦୀମାନେ ଜେଲ୍‌ର ଗୁଣ୍ଡ ଅଞ୍ଚଳରେ ସୁଡ଼ଙ୍ଗ ନିର୍ମାଣର କାମ କରୁଥିବା ଏକ ଘରୋଇ କମ୍ପାନୀର, ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକଙ୍କ କ୍ୟାମ୍ପ ଉପରେ ଗୁଳି ଆରମ୍ଭ କରିଥିଲେ। ଏହି ହମଲାରେ ୩ଜଣ ଶ୍ରମିକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସେନା ଓ ଜମ୍ମୁ-କାଶ୍ମୀର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କର ତଲାସ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।

ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏକ୍ସରେ ପୋଷ୍ଟ କରି ଲେଖିଥିଲେ ଯେ, ବାହାର ଶ୍ରମିକଙ୍କ ଉପରେ କରାଯାଇ ଥିବା ଏହି କାପୁରୁଷ ପୂର୍ଣ୍ଣ ହମଲାକୁ ନିନ୍ଦା କରୁଛି , ଏହା ଅତ୍ୟନ୍ତ ଦୁଃଖଦ। ସେହି ଲୋକେ ସଂପୃକ୍ତ ଅଞ୍ଚଳରେ ଏକ ପ୍ରମୁଖ ଇନଫ୍ରାଷ୍ଟ୍ରକଚର ପ୍ରକଳ୍ପରେ କାମ କରୁଥିଲେ। ଏହି ଆତଙ୍କବାଦୀ ହମଲାରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କ ଉପରେ ଏହି ହମଲାର କଡ଼ା ନିନ୍ଦା କରୁଛି ଏବଂ ତାଙ୍କ ପରିବାର ଲୋକଙ୍କ ପ୍ରତି ନିଜର ସମ୍ୱେଦନା ବ୍ୟକ୍ତ କରୁଛି।

ସୂଚନା ଥାଉକି ଜମ୍ମୁ-କାଶ୍ମୀରରେ ସଦ୍ୟ ଦିନ ଗୁଡ଼ିକରେ ଆତଙ୍କବାଦୀଙ୍କ ଦ୍ୱାରା ବାହାର ରାଜ୍ୟର ଲୋକଙ୍କୁ ଟାର୍ଗେଟ୍‌ କିଲିଙ୍ଗ୍‌ କରାଯାଉଛି। ସେଠାରେ କାମ କରୁଥିବା ଶ୍ରମିକମାନେ ସବୁଠୁ ସହଜ ଟାର୍ଗେଟ୍‌ ପାଲଟିଛନ୍ତି। ଦୁଇ ଦିନ ପୂର୍ବରୁ ହିଁ ଏମିତି ହିଁ ଏକ ଘଟଣା ଆତଙ୍କୀଙ୍କ ଦ୍ୱାରା ଘଟିଥିଲା, ଯେଉଁଥିରେ ଜଣେ ଅଣ କାଶ୍ମୀରୀ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇ ଥିଲା।

Leave A Reply

Your email address will not be published.