Latest Odisha News

BREAKING NEWS

ଆଜି ଲଘୁଚାପ ଓ ୨୩ରେ ବାତ୍ୟା: କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ଭୁବନେଶ୍ୱର: ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରିବ। ଏହା ପର୍ଯ୍ୟାୟକ୍ରମେ ୨୩ରେ ଅବପାତ ଏବଂ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି। ତେବେ ବାତ୍ୟାର ନାଁ ରଖାଯାଇଛି ‘ଦାନା’।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସଦ୍ୟତମ ସୂଚନା ଅନୁସାରେ, ୨୪ ସକାଳେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଦାନା’ । ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୪ ତାରିଖ ସକାଳ ସୁଦ୍ଧା ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଏବଂ ପଶ୍ଚିମ ଉପକୂଳରେ ଲ୍ୟାଣ୍ଡଫଲ କରିବ। ଉପକୂଳ ଛୁଇଁଲା ବେଳେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ। ପ୍ରଭାବରେ ୨୩ ରୁ ୨୫ ତାରିଖ ଯାଏ ଉପକୂଳ ଓଡ଼ିଶାରେ ଅତି ଭୀଷଣ ବର୍ଷାର ସମ୍ଭାବନା ରହିଛି ।

ବର୍ତ୍ତମାନ ସୁଦ୍ଧା ସୁପର ସାଇକ୍ଲୋନ ସମ୍ଭାବନା ନାହିଁ। କିନ୍ତୁ ଭୀଷଣ ବାତ୍ୟା ପର୍ଯ୍ୟନ୍ତ ପ୍ରକୋପ ରହିପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା ଓ ଲ୍ୟାଣ୍ଡଫଲ ନେଇ ଆକଳନ କରାଯାଇପାରିବ ବୋଲି କହିଛନ୍ତି ପାଣିପାଗ ବିଭାଗ ମହାନିର୍ଦ୍ଦେଶକ। IMD ଡିଜି କହିଛନ୍ତି ଯେ, ୨୪ ଓ ୨୫ ତାରିଖ ବେଶୀ ଗୁରୁତ୍ବପୂର୍ଣ୍ଣ । କାରଣ ଏହି ଦିନରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ। ଲଘୁଚାପ ପ୍ରଭାବରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ। ଆଜି ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.