Latest Odisha News

BREAKING NEWS

୨୩ରେ ନାମାଙ୍କନ ଦାଖଲ କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ୨୩ ତାରିଖରେ ୱାୟନାଡ ଲୋକସଭା ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ଦାଖଲ ବେଳେ ତାଙ୍କ ଭାଇ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ। ପରେ ଉଭୟ ଏକ ରୋଡ ଶୋରେ ସାମିଲ ହେବେ।

ସୂଚନା ଥାଉକି ଜୁନରେ ଅନୁଷ୍ଠିତ ନିର୍ବାଚନରେ ​​ରାହୁଲ ଗାନ୍ଧୀ ୱାୟନାଡ଼ ଲୋକସଭା ଆସନ ଜିତିଥିଲେ। ୱାୟନାଡ଼ ବ୍ୟତୀତ ରାହୁଲ ଗାନ୍ଧୀ ମଧ୍ୟ ରାଏବରେଲିରୁ ଜିତିଥିଲେ। ଏଭଳି ପରିସ୍ଥିତିରେ ସେ ପରେ ୱାୟାନାଡ ଆସନରୁ ଇସ୍ତଫା ଦେଇଥିଲେ। ଏହା ପରେ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି। ୧୩ ନଭେମ୍ବରରେ ଏଠାରେ ମତଦାନ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ୨୩ ନଭେମ୍ବରରେ ଘୋଷଣା କରାଯିବ।

ଉପ-ନିର୍ବାଚନରେ ​​କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ତାଙ୍କ ବିପକ୍ଷରେ ବିଜେପି ନବ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି। ସେହିପରି ବରିଷ୍ଠ ସିପିଆଇ ନେତା ସତ୍ୟନ ମୋକେରି ୱାୟାନାଡ ଆସନରେ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି । ସିପିଆଇ ରାଜ୍ୟ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସିପିଆଇ ସାଧାରଣ ସମ୍ପାଦକ ଡି.ରାଜାଙ୍କ ପତ୍ନୀ ଆନି ରାଜା ପୂର୍ବରୁ ୱାୟାନାଡ ଲୋକସଭା ନିର୍ବାଚନରେ ​​ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଥିଲା।

Leave A Reply

Your email address will not be published.